ବାସ୍ତବବ୍ୟୁରୋ:ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରିହୋଇଥିବା ବିଜ୍ଞପ୍ତି ଅନୁଯାଇ, ସ୍ବତନ୍ତ୍ର ସଚିବ ପାହ୍ୟାକୁ ୫ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି କରାଯାଇଛି । ସେମାନେ ହେଲେ ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଅବଦୁଲ୍ କଲିମ୍ ଖାନ୍ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମିଞ୍ଜ, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ପ୍ରମୋଦ କୁମାର ବେେହରା। ପଦୋନ୍ନତି ପରେବି ଏହି ଅଧିକାରୀ ମାନେ ପୂର୍ବ ପରି ନିଜ ନିଜ ଦାୟିତ୍ବରେ ରହିବେ।
ଏହା ବ୍ୟତିର ୧୭ ଜଣ ଓଏଏସ୍ ଅଧିକାରୀ(ସୁପର୍ଟାଇମ୍ ସ୍କେଲ୍)ଙ୍କୁ ସୁପରିଅର୍ ଆଡ୍ମିନିଷ୍ଟ୍ରେଟିଭ୍ ଗ୍ରେଡ୍କୁ ପଦୋନ୍ନତି କରାଯାଇଛି । ଆଉ ୧୭ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ସୁପର୍ଟାଇମ୍ ସ୍କେଲ୍କୁ ପଦୋନ୍ନତି ଦିଆଯାଇଛି।