କେନ୍ଦ୍ରର ତାଗିଦ୍- ବିଜୁ ପକ୍କା ଘର ଲୋଗୋ ‘ପ୍ରଧାନମନ୍ତ୍ରୀ ଆବାସ’ ଘରେ ଅନୁମୋଦିତ ନୁହେଁ…

ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ |ଓଡ଼ିଶାରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସରେ ବିଜୁ ପକ୍କାଘର ଲୋଗୋ ଲାଗିପାରିବ ନାହିଁ,ଏହା ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି |ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ୩୦ ମାର୍ଚ୍ଚ ରେ ଏ ବିଷୟରେବି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି |ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ଘରେ ରାଜ୍ୟ ସରକାରଙ୍କ କୌଣସି ଲୋଗୋ ଲାଗି ପାରିବ ନାହିଁ, ତେଣୁ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ବୋଲି ଲେଖାଯାଥିବାର ସୂଚନା ମିଳିଛି |

ଆପଣଙ୍କୁ ଜଣାଥିବକି ଆମ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ ଆଣିଥିଲା,ଏବଂ ଏ ସମ୍ଵଧ୍ୟରେ ରାଜ୍ୟପାଳଙ୍କୁ ଭେଟି ବିଜେପି ସ୍ମାରକ ପତ୍ର ମଧ୍ୟ ଦେଇଥିଲା |ଏଥିରେ କିଛି ସୁଫଳ ନମିଳିବାରୁ,ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ ମଧ୍ୟ କରିଥିଲେ | ଏହାର ଫଳ ସରୂପ ଗତ ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଜୁ ପକ୍କା ଘର ଲୋଗୋ ନଲଗାଇବା ପାଇଁ ଚିଠି ଆସିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ସରକାର ଆଧାର-ପ୍ୟାନକାର୍ଡ ଲିଙ୍କ୍ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି...

Wed Mar 31 , 2021
ବାସ୍ତବବ୍ୟୁରୋ:ମାତ୍ର କେଇ ଘଣ୍ଟା ପୂର୍ବରୁ ଆଧାର-ପାନ ଲିଙ୍କ୍ ନେଇ,କେନ୍ଦ୍ର ସରକାର ଆଜି ଲୋକଙ୍କୁ ବଡ ଆଶ୍ଵସ୍ତି ପ୍ରଦାନ କରିଛନ୍ତି ।୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ୟାନକାର୍ଡ ଓ ଆଧାର କାର୍ଡକୁ ଲିଙ୍କ୍‌ କରିବା ବଢ଼ାଇଦେଇଛି। ପୂର୍ବ ନିୟମ ଅନୁଯାୟୀ, ପ୍ୟାନକାର୍ଡ ଓ ଆଧାର କାର୍ଡକୁ ଲିଙ୍କ୍‌ କରିବା ପାଇଁ ଆଜି ବୁଧବାର ୩୧ ମାର୍ଚ୍ଚ ଅନ୍ତିମ ତାରିଖ ଥିଲା। ବାରମ୍ବାର ବିବିନ୍ନ ମାଧ୍ୟମରେ ଆୟକର ବିଭାଗ ସୂଚନା ଦେଇ ଥିଲେ […]

You May Like

Pin It on Pinterest