ଆଜିର ଖାସ୍ ଖବର

ଆଜି ଉତ୍କଳ ଦିବସ ।୧୯୩୬ ମସିହା ଏପ୍ରିଲ୍ ତାରିଖରେ  ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହି ଅବସରରେ ସାରା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତ ୨୪ ଘଣ୍ଟା ମଧ୍ୟରେ ୩୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୩୧୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୨୨୪୬ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୦୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନରେ ଓଡିଆରେ ନାମଫଳକ ଲଗାଇବାକୁ ଜିଲ୍ଲାପ୍ରଶାସନ ବାଧ୍ୟତାମୂଳକ କରିଛି । ବିଶେଷତଃ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଓ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଉତ୍କଳ ଦିବସରେ ନୂଆ ନିୟମ ଲାଗୁ ହୋଇଥିବାବେଳେ ଏହାକୁ ବାଧ୍ୟତାମୂଳକ କରାଯାଇଛି । 

ଆଜିଠୁ ରାଜ୍ୟ ସରକାରଙ୍କ ଏପ୍ରିଲ ମାସ ପାଇଁ ଜାରି ହୋଇଥିବା କୋଭିଡ ଗାଇଡ଼ଲାଇନ ଲାଗୁ ହୋଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରକୁ କିମ୍ବା କେହି ବାହାରୁ ଭିତରକୁ ଯାଇ ପାରିବେ ନାହିଁ। ଘରକୁ ଘର ସର୍ଭେ ସହ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ । ଏହି ଗାଇଡଲାଇନ୍‌ ଆଜିଠୁ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ।

ଆଜିଠୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା । ୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଏହି ଟିକା ନେଇପାରିବେ। ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ ୭ଟା ୩୦ମି.ରୁ ଅପରାହ୍ନ ୫ଟା ୩୦ମି ପର୍ଯ୍ୟନ୍ତ ଖୋଲା ରହିବ। 

ପୁରୀ ରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି ଲୁଟେରା ।

  ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ : ଭାରତୀୟ ପାଣିପାଗ ବିଭାଗ । ଗ୍ରୀଷ୍ମ ଋତୁ ପାଇଁ ଆଇ.ଏମ.ଡି ଜାରି କରିଥିବା ଆଲର୍ଟ ଅନୁସାରେ, ଏହି ୩ ରାଜ୍ୟରେ ସାଧାରଣ ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ।

ଆଜି(ଗୁରୁବାର)ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଆସନରେ ମତଦାନ ଚାଲିଛି । ଭୋଟଦାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଜାରି ରହିବ ।

 ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ପୀଡିତ ଅଛନ୍ତି ।

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ।

ବଲିଉଡର ବରିଷ୍ଠ ସଂଗୀତକାର ବପ୍ପି ଲହରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୧୨ କୋଟି ୯୪ ଲକ୍ଷ ୫୦ ହଜାର ୬୮୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୮ ଲକ୍ଷ ୨୭ ହଜାର ୩୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି   ୧୦ କୋଟି ୪୩ ଲକ୍ଷ ୯୯ ହଜାର ୪୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୨ ଲକ୍ଷ ୨୩ ହଜାର ୮୧୦ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ |

Thu Apr 1 , 2021
ବାସ୍ତବବ୍ୟୁରୋ: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନ ଜାରି ସତର୍କ ସୂଚନା ଅନୁଯାଇ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ | ସୂଚନାରେ କୁହାଯାଇଛି କି ଆଜି ଅପରାହ୍ନ ୧ଟା୩୦ରୁ ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟା୩୦ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, […]

You May Like

Pin It on Pinterest