
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ |ଦୁଇ ଦିନିଅର ଓଡ଼ିଶା ଗସ୍ତରେ ଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ,ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରାୟ ଏକ ଘଣ୍ଟା ଉପରାଷ୍ଟ୍ରପତିଙ୍କ ରହିବାର କାର୍ଯ୍ୟକ୍ରମ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଉପରାଷ୍ଟ୍ରପତି ୫ ଜଣ ଓଡ଼ିଆ ବ୍ୟକ୍ତିତ୍ୱଙ୍କୁ ସମ୍ମାନଜନକ ଡିଇଲିଟି ଉପାଧି ପ୍ରଦାନ କରିବେ। ଏଥିରେ ଅଛନ୍ତି ରିଜର୍ଭ ବ୍ୟାଙ୍କଅଫ୍ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ ଅଫ୍ଇଣ୍ଡିଆ ଗିରୀଶଚନ୍ଦ୍ର ମୁର୍ମୁ, ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତକୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟକୁମାର ସାହୁ |

ଏହା ବ୍ୟତିର ଏହି ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ୪୧ ଜଣଙ୍କୁ ପିଏଚ୍ଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଉପ-ରାଷ୍ଟ୍ରପତି ନାଇଡୁ ବିଶ୍ୱବିଦ୍ୟାଳୟରେ ପୂର୍ବାହ୍ନ ୧୦ଟା ୩୦ରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପହଞ୍ଚିବେ ।