ଓଡ଼ିଶାରେ କାୟା ବିସ୍ତାର କରୁଛି କରୋନା ଗତ ୨୪ ଘଂଟାରେ ୪୭୧ ଜଣ ସଂକ୍ରମିତ,ଫେରିବକି ଲକଡାଉନ

ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର କ୍ରମେ କାୟା ବିସ୍ତାର କରିବାରେ ଲାଗିଛି ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | ଶୁକ୍ରବାର (ଗତକାଲି) ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଥିବାବେଳେ ଆଜି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୧୯ ବୃଦ୍ଧି ପାଇ ୪୭୧ ଜଣରେ ପହଂଚିଛି | ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି |

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ମିଳିଥିବା ସୂଚନା ଅନୁଯାଇ ଆଜି ଅନୁଗୁଳରେ ୧୦ ଜଣ, ବାଲେଶ୍ୱରରେ ୧୫ ଜଣ, ବରଗଡ଼ରେ ୫ ଜଣ, ଭଦ୍ରକରେ ୬ ଜଣ, ବଲାଙ୍ଗୀରରେ ୩୬ ଜଣ, କଟକରେ ୨୨ ଜଣ, ଢେଙ୍କାନାଳ ଓ ଜଗତସିଂହପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି |

ଏଥିସହ ଗଜପତିରେ ୨ ଜଣ, ଗଞ୍ଜାମରେ ୧୨ ଜଣ, ଯାଜପୁରରେ ୧୧ ଜଣ, ଝାରସୁଗୁଡାରେ ୨୩ ଜଣ, କଳାହାଣ୍ଡିରେ ୫୦ ଜଣ, କନ୍ଧମାଳରେ ୩ ଜଣ, କେନ୍ଦ୍ରାପଡାରେ ୨ ଜଣ, କେଉଁଝରରେ ଜଣେ, ଖୋର୍ଦ୍ଧାରେ ୪୦ ଜଣ, କୋରାପୁଟରେ ୭ ଜଣ, ମୟୁରଭଞ୍ଜରେ ୧୬ ଜଣ, ନବରଙ୍ଗପୁରରେ ୧୭ ଜଣ, ନୟାଗଡରେ ୪ ଜଣ, ନୂଆପଡାରେ ୪୨ ଜଣ, ପୁରୀରେ ୧୪ ଜଣ, ରାୟଗଡାରେ ୮ ଜଣ, ସମ୍ବଲପୁରରେ ୨୭ ଜଣ, ସୋନପୁରରେ ୨ ଜଣ,ଏବଂ ସବୁଠାରୁ ଅଧିକ ୮୫ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରେ ଚିହ୍ନଟ ହୋଇଛନ୍ତି |

ଏଥି ମଧ୍ୟରେ ରାଜ୍ୟ ବାସୀଙ୍କ ମନରେ ପୁଣି ଲକଡାଉନର କୋକୋଆ ଭୟ ସୃଷ୍ଟି ହେବାର ଲାଗିଛି |ସ୍ୱଳ୍ପ ବେତନଭୋଗୀ ,ସାମାନ୍ୟ ମଧ୍ୟବିତ୍ତ ଓ ଶ୍ରମଜୀବୀଙ୍କ ଛାତିରେ ଦକା,କଣ ହେବ ପରିସ୍ଥିତି ସବୁଶେଇ କାଳିଆକୁ ଜଣା |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁଯାୟୀ,୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Sun Apr 4 , 2021
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏଥିସହିତ ୩୦ରୁ ୪୦କିମି ବେଗରେ ପବନ ମଧ୍ୟ ବହିବାର ପୂର୍ବାନୁମାନ କରାଯାଇଛି। ରାଜ୍ୟର କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡିକ ମଧ୍ୟରେ, ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ସମେତ ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ […]

You May Like

Pin It on Pinterest