
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏଥିସହିତ ୩୦ରୁ ୪୦କିମି ବେଗରେ ପବନ ମଧ୍ୟ ବହିବାର ପୂର୍ବାନୁମାନ କରାଯାଇଛି।
ରାଜ୍ୟର କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡିକ ମଧ୍ୟରେ, ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ସମେତ ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ରହିଥିବାରୁ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି
ଏଥିସହ ଆସନ୍ତା ୪ ତାରିଖରୁ ୫ ତାରିଖ ରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ନୂଆପଡ଼ା, ଝା୍ରସୁଗୁଡ଼ା, ବୌଦ୍ଧ ଆଦି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହୁଥିବାବେଳେ,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି।



