ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରର ଭୁବନେଶ୍ୱରରେ ଥିବା ମୁଖ୍ୟ କାର୍ଯ୍ୟାଳୟ ସିଲ୍…

Photo:social media

ଭୁବନେଶ୍ୱର : ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାଇ,ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରର ଭୁବନେଶ୍ୱରରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରୁ ୮ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ,ବିଏମସି ଅଞ୍ଚଳ ମଧ୍ୟ ସେଥିରୁ ବାଦ ଯାଇନି|ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏବେ ଭୁବନେଶ୍ୱର ମୁନିସପାଲଟି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ୍ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲୋକପ୍ରିୟ ଅଭିନେତ୍ରୀ ଶଶୀକଳାଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ....

Sun Apr 4 , 2021
ବାସ୍ତବବ୍ୟୁରୋ:ଅଭିନେତ୍ରୀ ଶଶିକଲାଙ୍କର ୪ ଏପ୍ରିଲରେ ଦେହାନ୍ତ ହୋଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଶଶୀକଳା ତାଙ୍କ ମୁମ୍ବାଇସ୍ଥ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶଶୀକଳା ଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶଶୀକଳା ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ ସହ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ | ଷାଠିଏ ଓ ସତୁରି ଦଶକରେ ହିନ୍ଦୀ ସିନେମାରେ ତାଙ୍କର ସ୍ମରଣୀୟ ଭୂମିକା ନେଇ ଶଶୀକଳା […]

You May Like

Pin It on Pinterest