ଆଜିର ଖାସ୍ ଖବର

୧-ଟ୍ରାଫିକ ଛାଟର ପ୍ରଭାବ:୭ ଦିନରେ ୧୦ ହଜାର ଲାଇସେନ୍ସ ଆବେଦନ।

୨-ଚାରିମାସ ମଧ୍ୟରେ ୯ ଲକ୍ଷ ବଜ୍ରପାତ, ଗଲାଣି ୧୨୯ ଜୀବନ।୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୩-ଆଜି ନୂଆଁଖାଇ, ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି।

୪-ପୁରୀ କ୍ଷତିଗ୍ରସ୍ତଙ୍କ ଥଇଥାନ: ସ୍ଥାନାନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା, ସର୍ତ୍ତ ବି ରଖିଲେ ସରକାର। ଆଜି ଭଙ୍ଗା ଯିବ ବଡ଼ ଆଖଡ଼ା ମଠ।

୫-ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରି ପ୍ରଥମ ସଦସ୍ୟ ଭାବେ ଯୋଗ ଦେଲେ ନବୀନ।

୬-ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପିଏମଙ୍କ ଅଭିଯୋଗକୁ ଖାରଜ କଲା ବିଜେପି, କହିଲା-ଦୁନିଆର ପଞ୍ଚମ ଅର୍ଥବ୍ୟବସ୍ଥାରେ ପହଞ୍ଚିଛି ଦେଶ।

୭-ନୂଆଦିଲ୍ଲୀ:ଶୀଘ୍ର ଗିରଫ ହେବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି, କୋର୍ଟ ଦେଲେ 15 ଦିନର ସମୟ।

୮-ମୁମ୍ବାଇ:ସବୁଠାରୁ ଧନୀ ଗଣେଶ, ଧାରଣ କରିଛନ୍ତି 68 କେଜି ସୁନା ଏବଂ 350 କେଜି ରୁପା ଅଳଙ୍କାର।

୯-ଗାଲୁଆମିର ସୀମାପାର କରୁଛି ପାକିସ୍ତାନ, କୁଳଭୂଷଣଙ୍କୁ ମିଛ କହିବାକୁ ବାଧ୍ୟ କରୁଛି।

୧୦-ମୋଦୀଙ୍କୁ ଆଉ ଏକ ପୁରସ୍କାର, ସ୍ଵଚ୍ଛ ଭାରତ ମିଶନ ପାଇଁ ଆମେରିକାରେ ହେବେ ସମ୍ମାନିତ।

୧୧-କିଙ୍ଗଷ୍ଟନ:ସିରିଜ କବଜା କଲା ଭାରତ,୨୫୭ ରନରେ ଜିତିଲା ଦ୍ବିତୀୟ ଟେଷ୍ଟ।

୧୨-ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଆଇଏଏଫକୁ ମିଳିବ 8 ଲଢୁଆ ଶକ୍ତିଶାଳୀ ହେଲିକପ୍ଟର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Sep 4 , 2019
୧-ମଠ ମହନ୍ତ ଓ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ହେଲାନି ଆଖଡ଼ା ମଠ ଉଚ୍ଛେଦ, ସହମତି ଭିତ୍ତିରେ ଭାଙ୍ଗିବାକୁ ମଠ ମହନ୍ତଙ୍କ ପ୍ରସ୍ତାବ। ୨-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା। ୩-ସ୍ଵଚ୍ଛତା ମାମଲାରେ ବୈଷ୍ଣ ଦେବୀ ଧାମ ହେଲା ଦେଶର ଏକ ନମ୍ବର ‘ଆଇକନିକ ସ୍ଥାନ’। ୪-ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରୁ ନକଲି ସୋରିଷ ତେଲ କାରଖାନା ଠାବ, ୩ ଗିରଫ। ୫-ଲୁହା ଭାରାରୁ […]

You May Like

Pin It on Pinterest