ବାସ୍ତବବ୍ୟୁରୋ: ଆଜିଠାରୁ ରାତି ୧୦ ରୁ ସକାଳ ୫ ନାଇଟ୍ କର୍ଫ୍ୟୁ, ଏହା ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ହେବ ।ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାବର୍ତ୍ତୀ ୧୦ଜିଲ୍ଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ଏହି ଜିଲ୍ଲା ଗୁଡିକରେ ରାତି ୧୦ଟାରୁ ସକାଳ ୫ଟା ଯାଏ କଟକଣା ରହିବ । ଏଥିସହ ଝାରସୁଗୁଡା ଜିଲ୍ଲାର ୧୨ ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ତେବେ ଏହି ସମୟରେ ଜରୁରୀକାଳୀନ ସେବା ସହ ହୋମ୍ ଡେଲିଭରିରେ କୌଣସି ପ୍ରତିବନ୍ଧ ନାହିଁ । ଏହି ସମୟରେ ମେଡିକାଲ ଓ ଅନ୍ୟ ଜରୁରୀକାଳୀନ କାର୍ଯ୍ୟରେ ଲୋକମାନେ ଯାତାୟତ କରିପାରିବେ । ସ୍ବାସ୍ଥ୍ୟସେବା, ଆମ୍ବଲାନ୍ସ ସେବା ଜାରି ରହିବ । ବିଦ୍ୟୁତ୍ , ଅଗ୍ନିଶମ , ଟେଲିକମ୍ , ଜଳ ଯୋଗାଣ , ରେଲୱେ ଓ ଏୟାରପୋର୍ଟ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ନାଇଟ କର୍ଫ୍ୟୁ ସମୟରେ ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ ଏବଂ ଶିଳ୍ପ ପ୍ରତିଷ୍ଠାନ ଖୋଲା ରହିବ ।