ବାସ୍ତବବ୍ୟୁରୋ: ପବ୍ ଡ୍ୟାନ୍ସର ଜଗନ୍ନାଥ ମଲ୍ଲିକ ନୀଳାଦ୍ରିବିହାର ଆଦର୍ଶ ବସ୍ତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ପୋଲିସ।
ଖବର ଅନୁଯାଇ, ଜଗନ୍ନାଥ ପେସାରେ ଜଣେ ରଙ୍ଗ ମିସ୍ତ୍ରୀ ହେଲେ ନିଶା ଡାନ୍ସ | ମାଟ୍ରିକ୍ ପାସ ପରେ ଅର୍ଥାଭାବରୁ ସେ ଆଉ ପାଠ ପଢି ନପାରି ବଡ ଭାଇଙ୍କ ସହ ରଙ୍ଗ କାମ କରୁଥିଲେ ।କାମରୁ ଫୁରସତ ମିଳିଲେ ପବ୍କୁ ଡ୍ୟାନ୍ସ କରିବାକୁ ଯାଉଥିଲେ । ରବିବାର ସକାଳେ ସେ ତାଙ୍କ ମାଙ୍କୁ କହିଥିଲେକି :ଯେଉଁମାନଙ୍କୁ ସବୁ ସାହଯ୍ୟ କରିଥିଲି ସେମାନେ ସମସ୍ତେ ମତେ ପର କରିଦେଲେ” ,ଆଉ କିଛି ଭଲ ଲାଗୁନଥିବା ମଧ୍ୟ କହଥିଲେ ।
କିଛିସମୟ ପରେ ଖାଇସାରି,ଜଗନ୍ନାଥ ଅନ୍ୟ ଏକ ରୁମକୁ ଯାଇ ଆଜବେଷ୍ଟସ ଓରାରେ ଲୁଗା ବାନ୍ଧି ଝୁଲି ପଡିଥିଲେ । ଜଗନ୍ନାଥଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ମା’ ବିକଳରେ ଲୋକଙ୍କୁ ଡାକ ପକାଇଥିଲେ । ପଡ଼ୋଶୀ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।



