ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ,ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ ସାନିଟାଇଜ୍‌ ପରେ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରଖୋଲା…

ବାସ୍ତବବ୍ୟୁରୋ:କରୋନାସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି (ରବିବାର) ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିର । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ,ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ,ପ୍ରଭୃତିସ୍ଥାନକୁ ବିଶୋଧନ କରାଯିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦକରାଯାଇଥିଲା ।ଗତକାଲି ମନ୍ଦିର ସାନିଟାଇଜ୍‌ କରିବା ପରେ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରଖୋଲାଯିବା ପରେ, ସକାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ଲାଭ କରୁଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ,କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରଯାଇଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତମୂଳକ କରାଯାଇଥିବା ବେଳେ, ହାତ ସାନିଟାଇଜ କରିବା ସହ ସମାଜିକ ଦୂରତ୍ବ ଉପରେ ଗୁରୁତ୍ୱ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚମଡା ବେଲ୍ଟ, ପର୍ସ ଏବଂ ମାଂସ ଖାଇବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ବଢି ଥାଏ ...

Mon Apr 5 , 2021
ମାଇକ୍ରୋବାୟୋଲୋଜିଷ୍ଟଙ୍କ କହିବାନୁସାରେ, ଭୂତାଣୁ ପାଞ୍ଚ ଦିନ ଧରି ସକ୍ରିୟ ରହିଥାଏ | ସଂକ୍ରମଣ ରୋକିବା ନିୟମ ମାନୁଥିବା ଦୋକାନରୁହିଁ ମାଂସ କିଣନ୍ତୁ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ବିଚାରକୁ ନେଇ, ସଂକ୍ରମଣ ପ୍ରତିରୋଧ ପ୍ରୋଟୋକଲ ବିଷୟରେ ସଚେତନତା ପାଇଁ ପୁଣି ଥରେ ଆଲୋଚନା ହେଉଛି | ଉଦ୍ଧାର ପାଇଁ ICAR ଦ୍ୱାରା ଦିଆଯାଇଥିବା ପରାମର୍ଶରେ ଚମଡା ପର୍ସ, ବେଲ୍ଟ, ବ୍ୟାଗ, ଜୋତା ଇତ୍ୟାଦି ବ୍ୟବହାର ଏବଂ […]

You May Like

Pin It on Pinterest