ବିଦ୍ୟୁତ୍ ବିଲ୍ ବୃଦ୍ଧି ବିରୋଧରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟର ଦ୍ଵାରସ୍ତ….

ବାସ୍ତବବ୍ୟୁରୋ:ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି ବିରୋଧରେ ହାଇକୋର୍ଟର ଦ୍ଵାରସ୍ତ ହୋଇଛି ଭାରତୀୟ ବିକାଶ ପରିଷଦ।ଏହି ବର୍ଦ୍ଧିତ ବିଦ୍ୟୁତ୍ ବିଲ୍କୁ ବିଭିନ୍ନ ରାଜନୈତକ ଦଳ ବିରୋଧ କରୁଥିଲେବି ଖାଲି ଭାଷଣ ବାଜିରେ ସୀମିତ ରହିଥିବାବେଳେ, ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ପିଟିସନ ଦାଖଲ କରିଛି | ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶ୍ଳୁକ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଦାଖଲ ହୋଇଥିବା ପିଟିସନରେ ଶକ୍ତି ବିଭାଗର ସଚିବଙ୍କ ସହ ୬ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି ।

ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି, ଯାହାକି ଏପ୍ରିଲ ୪ ତାରିଖଠାରୁ ଲାଗୁ ହୋଇଛି ।ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏହି ବର୍ଦ୍ଧିତ ବିଲକୁ ସ୍ଥଗିତ ରଖିବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ (ଓଇଆରସି) ଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରକୁ ସରକାରଙ୍କୁ ଅଧିକ କରୋନା ଟିକା' ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର...

Mon Apr 5 , 2021
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ଏପ୍ରିଲ ମାସର ଆରମ୍ଭରୁ ପ୍ରଦ୍ୱୀଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦେଖି,ରାଜ୍ୟ ସରକାର କରୋନା ଟିକାର ଅଭାବ ଅନୁଭବ କରି ,କେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ପାଇଁ ଚିଠି ଲେଖିଛନ୍ତି | ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁଯାୟୀ ଏବେ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଗଚ୍ଛିତ […]

You May Like

Pin It on Pinterest