
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ଏପ୍ରିଲ ମାସର ଆରମ୍ଭରୁ ପ୍ରଦ୍ୱୀଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦେଖି,ରାଜ୍ୟ ସରକାର କରୋନା ଟିକାର ଅଭାବ ଅନୁଭବ କରି ,କେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ପାଇଁ ଚିଠି ଲେଖିଛନ୍ତି |
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁଯାୟୀ ଏବେ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଗଚ୍ଛିତ ଟିକା ୨ ଦିନ ମଧ୍ୟରେ ସରିଯାଇ ପରେ । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ,ଅବେସୁଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଅଛି ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଟିକାକରଣରେ ରେକର୍ଡ କରୁଛି । ତେଣୁ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।ଆଜି ରାଜ୍ୟରେ ଚିନ୍ହଟ ହୋଇଥିବା ସଂକ୍ରାମଣଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।



