ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ଓ କାଳବୈଶାଖୀ କମିବ…

ବାସ୍ତବବ୍ୟୁରୋ:ପାଣିପାଗ ବିଭାଗର ସୂଚନାନୁଯାଇ ଦୁଇଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ଓ କାଳବୈଶାଖୀ କମିବ ।ରାଜ୍ୟବାସୀ ଯୋଗୁ କାଳବୈଶାଖୀ ତାତିରୁ ଟିକିଏ ନିସ୍ତାର ପାଇଥିଲେ ହେଲେ ପୁଣି ଉପରମୁହାଁ ହେବ ତାପମାତ୍ରା ।

ସୋମବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ‌ଉପରେ ଥିଲା । ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୦.୫ ଡିଗ୍ରୀ ଛୁଇଁଥିଲା । ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସୋନପୁର ତାପମାତ୍ରା ୩୯, ବୌଦ୍ଧ ୩୯.୫, ତାଳଚେର ୩୯.୫, ହୀରାକୁଦ ୩୯.୫, ବାରିପଦା ୩୯.୬ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୭.୫ ଡିଗ୍ରୀ ଥିଲା । ଦିନବେଳା ପାରଳାଖେମୁଣ୍ଡିରେ କାଳବୈଶାଖୀଜନିତ ବର୍ଷା ହୋଇଥିଲା ।

ଆସନ୍ତା ଦୁଇଦିନ କାଳବୈଶାଖୀର ସମ୍ଭାବନା ନାହିଁ, ପାଗ ଶୁଖିଲା ରହିବ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ହେଲେ ଦୁଇଦିନ ପରେ ପୁଣି ତାପମାତ୍ରା ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନକ୍ସଲମାନଙ୍କୁ ବିଲୋପ ପାଇଁ ଯୋଜନା ପ୍ରସ୍ତୁତ ,ଏକ ମାସ ମଧ୍ୟରେ ସଫେଇ ଅଭିଯାନ ଆରମ୍ଭ ହେବ- ଅମିତ ଶାହା...

Tue Apr 6 , 2021
ବାସ୍ତବବ୍ୟୁରୋ:ଦୁଇ ସପ୍ତାହ ଭିତରେ ଛତିଶଗଡରେ ଦ୍ୱିତୀୟ ନକ୍ସଲ ଆକ୍ରମଣ ହୋଇଛି ।ଏଥର ଏହି ଘଟଣାରେ ସୁରକ୍ଷା ବାହିନୀର ୨୭ ସୈନିକ ସହିଦ ହୋଇଥିବାବେଳେ ମୋଟ ୪୬ ସୈନିକ ଆହତ ହୋଇଥିଲେ। ବିଜାପୁର ଆକ୍ରମଣ ପରେ ଅନ୍ତର୍ଜାତୀୟ ଜଗତର ଦୃଷ୍ଟି ଆକର୍ଷଣ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘଟଣାରେ ଆହତ ଯବାନମାନଙ୍କୁ ଭେଟି ସେମାନଙ୍କ ବିଷୟରେ ଜାଣି ସେମାନଙ୍କୁ ଉତ୍ସାହିତ କରିଥିଲେ। ଶାହା ସୈନିକ ମାନଙ୍କ ସହିତ ଖାଦ୍ୟ ମଧ୍ୟ […]

You May Like

Pin It on Pinterest