
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଯେବେଠୁଁ ରାଫେଲ ବିମାନ ଭାରତଆସିଲାଣି , ଚୀନ୍-ପାକିସ୍ତାନ ଆଖିରୁ ନିଦ ହଜିଯାଇଛି । କାହିଁକି ଉଭୟ ଦେଶ ଏତେ ଅସ୍ଥିର, ରାଫେଲର ଫଟୋଗ୍ରାଫ୍ ଦେଖି ତାହା ଜଣାପଡିଯାଉଛି | ଏହି ଫଟୋଗୁଡ଼ିକ ଭାରତୀୟ ବାୟୁସେନା ଦ୍ୱାରା ସେମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅଂଶୀଦାର ହୋଇଛି |
ମଙ୍ଗଳବାର ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ କ୍ଷେପଣାସ୍ତ୍ର ରେ ସଜ୍ଜିତ ରାଫେଲର ଚିତ୍ରଗୁଡ଼ିକୁ ସେୟାର କରିଛି | ଏହି ଫଟୋଗ୍ରାଫରେ ରାଫେଲ ଫିତର ଜେଟ ଲଦାଖର ଆକାଶରେ ଉଡ଼ି ବୁଲୁଛି | ଏଥିରେ ମିସାଇଲ୍ ସିଷ୍ଟମ MICK ଆକାଶରୁ ବାୟୁକୁ ଆଘାତ କରିପାରିବ |
ଛବି ସହିତ ବାୟୁସେନା ର ଟ୍ୱିଟର ହ୍ୟାଣ୍ଡେଲ #tustayFlight ରେ ଲେଖାଯାଇଛି,Where Eagles Dares. ଉଲ୍ଲେଖନୀୟ ଏହିକିଯେ ,ଫ୍ରାନ୍ସ ରୁ ଆସିଥିବା ରାଫେଲ ବିମାନକୁ ଗତ ବର୍ଷ ସେପ୍ଟେମ୍ବରରେ ଏୟାରଫୋର୍ସ ଅନ୍ତର୍ଭୁକ୍ତ କରାଯାଇଥିଲା | ଏପର୍ଯ୍ୟନ୍ତ ୧୪ ରାଫେଲ୍ ଯୁଦ୍ଧବିମାନ ଭାରତରୁ ଆସିଛନ୍ତି, ଫ୍ରାନ୍ସର ସହ ଚୁକ୍ତି ଅନୁସାରେ ,ସମୁଦାୟ ୩୬ ଟି ରାଫେଲ୍ ବିମାନ ଭାରତକୁ ଦିଆଯିବ ।



