ସୁନ୍ଦରଗଡ଼ ଜିଲ୍ଲାର କିଛି ଅଂଚଳକୁ ୧୨ ତାରିଖ ପର୍ଯ୍ୟନ୍ତ ସଟଡାଉନ…

ବାସ୍ତବବ୍ୟୁରୋ:ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇ ଥିବା ବେଳେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ,ବାଲିଶଙ୍କରା ବ୍ଲକର ବନଡେଗା ଓ ଲୁଲକିଡିହି ଗ୍ରାମକୁ ୫ ତାରିଖରୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ବାସୀଙ୍କୁ ସଚେତନ କରାଯିବା ସହ ସଂକ୍ରମଣ ରୋକିବା ପାଇଁ କୋଭିଡ ନିୟମର ସମସ୍ତ ପଦକ୍ଷେପ ନିଆଯାଉଛି ।

ଏହି ଜୋନ୍ କୁ ୧୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ରହିବା ପାଇଁ ଘୋଷଣା କରାଯାଇଛି । ଏଥିସହ ସବଡେଗା ବ୍ଲକର ମୁଖ୍ୟ ବଜାର ଏବଂ ସାପ୍ତାହିକ ହାଟକୁ ପ୍ରଶାସନତରଫରୁ ବନ୍ଦ କରାଯାଇଛି । ଜିଲ୍ଲାବାସୀଙ୍କୁ କୋଭିଡ ସାବଧାନତା ଅବଲମ୍ବନ କରିବାକୁ ସଚେତନ କରାଯାଉଛି । କୋଭିଡ ନିୟମ କେହି ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଆରମ୍ଭ ଆଜିଠୁଁ....

Wed Apr 7 , 2021
ବାସ୍ତବବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ,ରାଜ୍ୟ ସରକାର ଆଜିଠୁ ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୦ଦିନିଆ ସ୍ପେଶାଲ ଡ୍ରାଇଭ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯିବ । ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ସରକାର ନିର୍ଦେଶ ଦେଇଛନ୍ତି ।କୋଭିଡ ନିୟମ […]

You May Like

Pin It on Pinterest