ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଆରମ୍ଭ ଆଜିଠୁଁ….

Photo: social media

ବାସ୍ତବବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ,ରାଜ୍ୟ ସରକାର ଆଜିଠୁ ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୦ଦିନିଆ ସ୍ପେଶାଲ ଡ୍ରାଇଭ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାରା ରାଜ୍ୟରେ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯିବ । ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ସରକାର ନିର୍ଦେଶ ଦେଇଛନ୍ତି ।କୋଭିଡ ନିୟମ ରେ ଥିବା ସମସ୍ତ ଦିଗ ପ୍ରତି ଲୋକମାନଙ୍କୁ ସଚେତନ କରିବ ସୂଚନା ଓ ପ୍ରସାରଣ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ୍ ପାଇଁ ନିର୍ଦେଶ ଦେଇଛନ୍ତି ।ଗ୍ରାଉଣ୍ଡ ଜିରୋକୁ ଯାଇ,ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ,ମୁଖ୍ୟ ଶାସନ ସଚିବ,ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ

ଏହା ବ୍ୟତିର ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବା ସହ ଅକ୍ସିଜେନ୍ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ସିଜେନ୍ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ୍ ଯୋଗାଇଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିସହ ଆମ୍ବୁଲାନ୍ସ ନଆସିବା କିମ୍ବା ହସ୍ପିଟାଲରେ ବେଡ୍ ନଥିବା ଭଳି ସମସ୍ୟାକୁ ଆଦୌ ଗ୍ରହଣ କରାଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଗିଦ କରି କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାପା ହେଲେ ଓଲିଉଡ୍‌ର ଚକଲେଟ ହିରୋ ବାବୁସାନ୍‌ ।

Wed Apr 7 , 2021
ବାସ୍ତବବ୍ୟୁରୋ: ବାପା ହେଲେ ଓଲିଉଡ୍‌ର ଚକଲେଟ ହିରୋ ବାବୁସାନ୍‌ । ଗତ ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତିତାଙ୍କ ପତ୍ନୀ ତୃପ୍ତି |ସନ୍ଧ୍ୟା ୬ରୁ ୭ଟାରେ ମଧ୍ୟରେ ବାବୁସାନଙ୍କ ପୁଅ ହୋଇଥିବା ଖବର ମିଳିଛି। ଉଭୟେ ମା’ ଏବଂ ପୁଅ ଭଲ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ | ସୁପରଷ୍ଟାର ଉତ୍ତମ ମହାନ୍ତି ଓ […]

You May Like

Pin It on Pinterest