ଆଜିର ଖାସ୍ ଖବର

୧-ଆଜି ବି ଲାଗି ରହିବ ବର୍ଷା,ଅରେଞ୍ଜ ଓ୍ବାର୍ଣି ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ।

୨-ଚନ୍ଦ୍ରଯାନ ଅଭିଯାନ -୨: ଶେଷ ମୂହୁର୍ତ୍ତରେ ଲ୍ଯାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ଛିନ୍ନ।

୩-ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ।

୪-ସଚେତନ ନ କରି ଫାଇନ କାଟିବା ନୀତିକୁ ଉଚ୍ଛେଦ କରିବାକୁ ଦାବି, ଆନ୍ଦୋଳନର ଚେତାବନୀ ଦେଲା ଅଟୋ-ଟ୍ୟାକ୍ସି-ଟ୍ରକ-ବସ ମିଳିତ ସଂଘ।

୫-ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ୧୫ ତାରିଖର କିସ୍‌ ଆସିବାକୁ କଲେ ନିମନ୍ତ୍ରଣ।

୬-ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍ କ୍ୟୁରୀ ଓ ସଲିସିଟର୍ ଜେନେରାଲ୍।ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବେ ଆଜି।

୭-ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର।

୮-ସାବାଡ ହେବେ ମଦୁଆ ଡ୍ରାଇଭର, ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ।

୯-କେନ୍ଦ୍ରାପଡ଼ା: ନିର୍ଦ୍ଧାରିତ ସମୟରେ ପହଞ୍ଚୁ ନାହାଁନ୍ତି ସରକାରୀ କର୍ମଚାରୀ,୨୫ଜଣଙ୍କର ଦରମା ବନ୍ଦ କଲେ ଜିଲ୍ଲାପାଳ।

୧୦-ରେଭେନ୍ସା ଛାତ୍ରୀ ଦୁର୍ଘଟଣା ମାମଲା, କର୍ତ୍ତବ୍ୟରେ ଅବହେଳା ପାଇଁ ସସପେଣ୍ଡ ହେଲେ ୨ ପୋଲିସ କର୍ମଚାରୀ।

୧୧-ଗୋଟିଏ ବାଇକରେ ଯାଇପାରିବେ ବାପା ମା ଓ ଛୁଆ, କିନ୍ତୁ ପିଲାର ବୟସ ୧୨ବର୍ଷରୁ କମ୍ ହେବା ଦରକାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିରାଶ କଲା ଚନ୍ଦ୍ରଯାନ-୨

Sat Sep 7 , 2019
ବେଙ୍ଗାଲୁରୁ (ବାସ୍ତବ ବ୍ୟୁରୋ)- ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ ଦେଶବାସୀ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସମ୍ପର୍କ ବିଚ୍ଛିନ୍ନ ହୋଇଗଲା | ଚନ୍ଦ୍ରପୃଷ୍ଠରୁ ୨.୧କିମି ଦୂରତାରେ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା | ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମର ସୂକ୍ଷ୍ମ ଅବତରଣ ହୋଇଥିଲେ ଭାରତର ଏହି କ୍ଷେତ୍ରରେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ପଛରେ ପକାଇଥାନ୍ତା […]

You May Like

Pin It on Pinterest