ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ…

Photo: social media

ବାସ୍ତବବ୍ୟୁରୋ: ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ | ଏନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ସ୍ଥିତି ନିୟନ୍ତ୍ରଣକୁ ଆଣିବାପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ପରିପେକ୍ଷୀରେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢା ବନ୍ଦ ରହିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,ଆବାସିକ ସ୍କୁଲରେ ପଢୁଥିବା ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ୨୫ଏପ୍ରିଲ ପର୍ଯ୍ୟନ୍ତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୧୩ ତାରିଖରେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Wed Apr 7 , 2021
ବାସ୍ତବବ୍ୟୁରୋ: ଯେତେ ଯେତେ ପାଖେଇ ଆସୁଛି ପିପିଲି ଉପ ନିର୍ବାଚନ,ପ୍ରଚାର ମଇଦାନକୁ ଓଲ୍ହାଉଛି ସବୁ ଦଳର ଷ୍ଟାର ପ୍ରଚାରକ ।ଟାଣୁଆ ନେତାମାନଙ୍କ ମଧ୍ୟରେ ବଣ୍ଟାଯାଇଛି ଏରିଆ ,ସବୁଠାରୁ ବଡ଼କଥା ‌ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛନ୍ତି । ଦେଖିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ କଥାଯେ,୧୦ ଜଣ ପ୍ରାଥୀ ହେଲେବି ଦୁଇ ଜଣଙ୍କ ଭିତରେ ଚାଲିଛି ଵାଲା କଷାକଷି |ସମସ୍ତଙ୍କ ନାଜ୍ଜର କେବେ ମଇଦାନକୁ […]

You May Like

Pin It on Pinterest