ଆଜିଠାରୁ ଆରମ୍ଭ ହେଲା (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ପରୀକ୍ଷା

ବାସ୍ତବବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ପରୀକ୍ଷା |ଏହା ୮ ଅପ୍ରେଲ( ଆଜି) ଆରମ୍ଭ ହୋଇ ଜୁନ୍‌ ୧୮ ରେ ଶେଷହେବ,ନିୟମ ଅନୁଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଦିଆଯିବ। ପରୀକ୍ଷା ସମୟରେ କଟକଣା ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି କି, ସ୍କୁଲ କର୍ତୃପକ୍ଷ ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବେ।

ପରୀକ୍ଷା ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିଜସ୍ବ ସାନିଟାଇଜର ଆଣିବା, ହାତକୁ ବାରମ୍ବାର ମୁହଁରେ ନ ମାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ପରୀକ୍ଷାର୍ଥୀ ନିଜର ପାଣି ବୋତଲ ଆଣିବେ ଯଦି ଚାହାନ୍ତି ଗ୍ଲୋଭ୍‌ସ ବ୍ୟବହାର କରିପାରିବେ। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଭଲ ଭାବେ ଘୋଡ଼ାଇବାକୁ କୁହାଯାଇଛି। ଅନ୍ୟ କାହା ସହ ଖାଦ୍ୟ ଓ ପାନୀୟ ବଣ୍ଟନ କରିବେ ନାହିଁ। ସ୍କୁଲ କ୍ୟାମ୍ପସ, ୱାସ୍‌ରୁମ୍‌, ଲାବ‌ରେଟୋରି, କ୍ଲାସରୁମ୍‌, ଲାଇବ୍ରେରି, ଖେଳ ପଡ଼ିଆରେ ଭିଡ଼ ନ କରିବାକୁ ପରାମର୍ଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ ନାମ ପଞ୍ଜୀକରଣ ସମୟ ବୃଦ୍ଧି...

Thu Apr 8 , 2021
ବାସ୍ତବବ୍ୟୁରୋ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ,ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୦୨୦-୨୧ ବର୍ଷର ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟ ବୃଦ୍ଧି କରାଯାଇଛି ବୋଲି,ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ,ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍‌ର ସମୟସୀମା ଅପ୍ରେଲ ୧୦ ତାରିଖରୁ ଅପ୍ରେଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ, ସଂପୃକ୍ତ ପ୍ୟାକ୍ସ,ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟିକା […]

You May Like

Pin It on Pinterest