
ବାସ୍ତବବ୍ୟୁରୋ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ,ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୦୨୦-୨୧ ବର୍ଷର ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟ ବୃଦ୍ଧି କରାଯାଇଛି ବୋଲି,ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ,ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍ର ସମୟସୀମା ଅପ୍ରେଲ ୧୦ ତାରିଖରୁ ଅପ୍ରେଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ, ସଂପୃକ୍ତ ପ୍ୟାକ୍ସ,ଲ୍ୟାମ୍ପସ୍, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି ସଂପର୍କିତ ସୂଚନା ଚାଷୀମାନଙ୍କୁ ଅବଗତ କରାଇବା ପାଇଁ କହିଛନ୍ତି ।


