ବାସ୍ତବବ୍ୟୁରୋ: ସକାଳ ୬ଟାରୁ ସନ୍ଧ୍ୟା ୬ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ | ତାଳଚେରର ସମସ୍ତ କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ ବନ୍ଦ ହୋଇଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି ।
ଟି ଟି ପି ଏସ ଫେଜ ୨ ର ସମୟ ଅବଧି ଥାଇ ମଧ୍ୟ ବନ୍ଦ କରାଯିବା ଓ ପୁନଃ ଚାଲୁ କରାଯାଇ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ପ୍ରତିବାଦରେ ଆଜିର ଏ ବନ୍ଦ ଡାକରା। ଆଜି ଟ୍ରେନ ଏବଂ ଟ୍ରକ୍ ଯୋଗେ, ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପି ସି ,ନାଲକୋ ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବନ୍ଦ କରାଯାଇଛି ।ଏହି ବନ୍ଦକୁ ତାଳଚେର ଟ୍ରକ୍ ମାଲିକ ସଂଘ,ତାଳଚେର ବାର ଆସୋସିଏସନ,ତାଳଚେର ବସ୍ ମାଲିକ ସଂଘ ତାଳଚେର ସାମ୍ବାଦିକସଙ୍ଘ ଓ ଅନ୍ୟାନ୍ୟ ସଂଗଠନ ସମର୍ଥନ ଜଣାଇଛନ୍ତି।