ବାସ୍ତବବ୍ୟୁରୋ: ଭୁବନେଶ୍ୱର ୟୁନିଟ-୧ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟ ଆଉ ୪ ଦିନ ବନ୍ଦ ରହିବ।ବିଏମ୍ସି ପକ୍ଷରୁ ଏ ସମ୍ବଧରେ ସୂଚନା ଦିଆଯାଇଛି ।
ଖବର ଅନୁସାରେବ,ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବାଙ୍କରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ,ଏହାକୁ ୨ ଦିନ ପାଇଁ ସିଲ୍ କରିଥିଲେ ବିଏମ୍ସି । ତେବେ ବ୍ୟାଙ୍କ ପୂର୍ବ ନିୟମ ଅନୁସାରେ ଏବେ ଖୋଲା ରହିବା କଥା। ହେଲେ ବ୍ୟାଙ୍କରୁ ଅଧିକ ସଂଖ୍ୟା ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଥରେ ସିଲ୍ ଅବଧିକୁ ବୃଦ୍ଧି କରିଛି ବିଏମ୍ସି ।
Fri Apr 9 , 2021
ବାସ୍ତବବ୍ୟୁରୋ: ଆଂଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ,ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି । ଉପକୂଳ ଓଡ଼ିଶାରେ ୭ ଦିନ ପର୍ଯ୍ୟନ୍ତ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । କାଳବୈଶାଖୀ ବର୍ଷା ୩/୪ ଦିନ ଅଧିକ ହେବ। ସେଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମ୍ ରହିବ । ସୂଚନାନୁଯାୟୀ କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ୱର,ଭଦ୍ରକ,କନ୍ଧମାଳ,ଗଜପତି,ଗଞ୍ଜାମ,ଢେଙ୍କାନାଳ,ରାୟଗଡ଼ାରେ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ,ଏବଂ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ […]