ବାସ୍ତବବ୍ୟୁରୋ: ଆଂଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ,ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି । ଉପକୂଳ ଓଡ଼ିଶାରେ ୭ ଦିନ ପର୍ଯ୍ୟନ୍ତ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । କାଳବୈଶାଖୀ ବର୍ଷା ୩/୪ ଦିନ ଅଧିକ ହେବ। ସେଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମ୍ ରହିବ ।
ସୂଚନାନୁଯାୟୀ କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ୱର,ଭଦ୍ରକ,କନ୍ଧମାଳ,ଗଜପତି,ଗଞ୍ଜାମ,ଢେଙ୍କାନାଳ,ରାୟଗଡ଼ାରେ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ,ଏବଂ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଇଛି ।
ସେହିପରି କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ,ପୁରୀ, କଟକ, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ,ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।କେତେକ ସ୍ଥାନରେ ବର୍ଷା, ପବନ ଓ ବଜ୍ରପାତ ମଧ୍ୟ ହୋଇପାରେ ।



