
ବାସ୍ତବବ୍ୟୁରୋ:(ବ୍ରହ୍ମପୁର) ଆଜିଠାରୁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ | ବ୍ରହ୍ମପୁରର ଏହି ପ୍ରସିଦ୍ଧ ମାଆଙ୍କ ଯାତ୍ରାରେ ଶାଶୁ ଘରୁ ବାପା ଘରକୁ ଆସିବେ ମାଆ ସାଆନ୍ତାଣୀ ।ଦେଶୀବେହେରା ସାହିରେ ବ୍ୟାପକ ପ୍ରସ୍ତୁତି ହୋଇଛି, ମଧ୍ୟରାତ୍ରିରେ ମାଆଙ୍କ ଆଗମନ ହେବ ।
ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସୂଚାନୁଯାଇ,କୋଭିଡ୍ କଟକଣା ଭିତରେ ଏ ବର୍ଷ ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । ଅଧିକ ଭିଡ଼ ହେଲେ ୧୪୪ ଧାରା ଜାରି କରାଯିବ । ଯାତ୍ରା ଆୟୋଜକ ପି. ଦୁର୍ଗା ପ୍ରସାଦ ଦେଶିବେହେରାଙ୍କ କହିବାନୁଯାୟୀ, ଜିଲ୍ଲା ପ୍ରଶାସନର କୋଭିଡ୍ ନିୟମ ମାନି ଯାତ୍ରା କରାଯିବ ।ପରମ୍ପରା ଅନୁସାରେ ଦୁଇ ବର୍ଷକୁ ଥରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।କୋଭିଡି କଟକଣା ପାଇଁ ଯାତ୍ରାକୁ ନେଇ ବ୍ରହ୍ମପୁର ବାସୀଙ୍କ ମନରେ ସେତେଟା ଉତ୍ସାହର ଦେଖିବାକୁ ମିଳୁନାହିଁ ।