
ବାସ୍ତବବ୍ୟୁରୋ:ପ୍ରତିଦିନ ଖବର ଦୁନିଆରେ ଓଡ଼ିଶାର ଆଉ କୋଉ ଖବର ଥାଉ ବା ନଥାଉ ଗଞ୍ଜେଇ ଚୋରା ଚାଲାଣ ର ଖବର ନିଶ୍ଚୟ ଥିବ | ନକ୍ସଲ ଓ ଗଂଜେଇ ମାଫିଆଙ୍କ ପାଖରେ ଯେମିତି ହାରିଯାଉଛି ଆଇନ କାନୁନ |ଧଳା ଓ ନୀଳ ଜହରର କହଁର ଆଜି ଗାଁ ଠୁ ସହର |
ଗଂଜେଇ ଚୋରା ଚାଲାଣର ରାଜ୍ ଚାଲୁଛି,ଆଜି କନ୍ଧମାଲତ କାଲି କୋରଫୁଟ,ଏହି ପରିପେକ୍ଷୀରେ ଆଜି କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ଗୋଟିଏ କାର ସହ ୧ କ୍ବିଣ୍ଟାଲ ୪ କିଲୋ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ନୂଆଦିଲ୍ଲୀର ଗଞ୍ଜେଇ ମାଫିଆ ଅଜୟ ସିଂ ଓ ନିଜାମ୍ ସାହାଙ୍କୁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଗିରଫ କରିଛି |
ଖବର ଅନୁଯାଇ ଗଞ୍ଜେଇ ଚୋରାଚାଲାଣ ର ଖବର ପାଇତୁମୁଡ଼ିବନ୍ଧ ଥାନା ଏସଆଇ ଜୟନ୍ତ ସେଠୀଙ୍କ ନେତୃତ୍ବରେ ପୋଲିସ୍ ଟିମ୍ କାଲିସ ପଦର ଛକ ନିକଟରେ ଯାତାୟତ କରୁଥିବା ଗାଡ଼ିକୁ ଯାଞ୍ଚ କରୁଥିବା ବେଳେ ଏକ କାରରୁ ୧ କ୍ବିଣ୍ଟାଲ ୪ କିଲୋ ଗଞ୍ଜେଇ ଜବତ ହୋଇଥିଲା ।