ଆଜିର ଖାସ୍ ଖବର

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ନିଶ୍ଚିତ ଭାବରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ:ଭୁବନେଶ୍ୱର ରେଳଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ ।

ପୁରୀର ଏମାର ମଠରୁ ମିଳିଛି ରୁପା ଇଟା ।

ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି ଆସିସାରିଛି ।

SCB ମେଡିକାଲ ନର୍ସିଂ କଲେଜ ବନ୍ଦ ନେଇ ନିଷ୍ପତ୍ତି । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ACSଙ୍କ ନିର୍ଦ୍ଦେଶରେ ବନ୍ଦ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିଯୋଗୁଁ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୪ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି  ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଞ୍ଚିଛି ।ଏଥି ମଧ୍ୟରୁ ୭୦୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ବସ୍ ଚଳାଚଳ ନେଇ ଖୁବଶୀଘ୍ର SOP ଜାରି କରାଯାଇ ପାରେ : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା 

 ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ।

ଚିଲିକାରେ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାକି ବର୍ତ୍ତମାନ ୨୫ଟି ନୂଆ ଡଲଫିନଙ୍କ ଆଗମନ ପରେ ମୋଟ ସଂଖ୍ୟା ୧୮୮ରେ ପହଞ୍ଚିଛି । 

ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ 10 ଦିନିଆ ସ୍ପେଶାଲ ଡ୍ରାଇଭ କରାଯାଉଛି । ଏହା ଏପ୍ରିଲ 7ରୁ ଆରମ୍ଭ ହୋଇ 16 ତାରିଖ ଯାଏଁ ଚାଲିବ । ଏହି ସ୍ପେଶାଲ ଡ୍ରାଇଭର ତୃତୀୟ ଦିନରେ 12 ହଜାର 145 ଅମାନିଆଙ୍କ ଠାରୁ କୋଭିଡ ନିୟମ ଉଲଙ୍ଘନ ପାଇଁ 38,98,350 ଟଙ୍କା ଜରିମାନ ଆଦାୟ କରିଛି ପୋଲିସ । ତେବେ ଏହି ସ୍ପେଶାଲ ଡ୍ରାଇଭର 3ଦିନ ମଧ୍ୟରେ ସମଗ୍ର ରାଜ୍ୟରୁ 90,67,600 ଟଙ୍କା ଜରିମାନା ଆଦାୟ କରିଛି ପୋଲିସ ।

ମାଲକାନଗିରି ଘଡାଇ ରେସିଡେନ୍ସିଆଲ୍‌ କଲେଜକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । କଲେଜରେ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କର କରୋନା ଟେଷ୍ଟ କରାଯାଉଛି । 

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ଏହା ମଧ୍ୟରେ କୁଚବିହାରର ସିତାଲକୁଚିରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଛି ।  ଏଥିରେ ୪ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ବା ଆରଏସଏସ ମୁଖ୍ୟ ମୋହନ ଭାଗବତ କୋଭିଡ-୧୯ରେ ସଂକ୍ରମିତ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟରେ କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ । ମହାରାଷ୍ଟ୍ର ନାଗପୁର ସହରର ୱେଲଟ୍ରିଟ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ନେତା ବିଷ୍ଣୁ ସେଠୀଙ୍କ ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି...

Sat Apr 10 , 2021
ବାସ୍ତବବ୍ୟୁରୋ:ଆଜି ବିଜେପି ନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ, ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି କି, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ।ତାଙ୍କୁ ମାନସିକ ଓ […]

You May Like

Pin It on Pinterest