୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ? କାହିଁକି ହେଲା ବୁର୍ଲାରୁ କଟକ ରେଫର ?

ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି |

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଫିସରଙ୍କ ଭିଡ଼ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବୈଠକ । ଡିଜିପି ଅଭୟ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଏଡିଜି- ଲ ଆଣ୍ଡ ଅର୍ଡର, ଆଇଜି ଇଣ୍ଟେଲିଜେନ୍ସ, ସ୍ପେଶାଲ ସ୍କ୍ୱାର୍ଡ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ମଧ୍ୟ ଉପସ୍ଥିତ ରହିଥିଲେ |

ସିସିଟିଭି ଫୁଟେଜ୍ ଚେକିଂ କରାଯାଉଥିବାବେଳେ,ହାଇଦରର ଲୋକେସନ୍ ଟ୍ରେସିଂ ମଧ୍ୟ କରାଯାଉଛି । ବର୍ଡର ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍ , କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ,ଫେରାର ହାଇଦରକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ୫ଟି ଟିମ୍। ଏକ ଧଳା ରଙ୍ଗର ଗାଡ଼ିରେ ହାଇଦର ଫେରାର ହୋଇଥିବାର ସୁରାକ ମିଳିବାପରେ, ହାଇଦରର ଫଟୋ ଦେଖାଇ ଲୋକମାନଙ୍କୁ ପଚରା ଉଚରା ଚାଲିଛି ।ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଯିବାପରେ,ଏ ଏକ ଫିଲ୍ମର କାହାଣୀ ପରି ଲାଗୁଚି ଠିକ କହିଲିନା । ସେ ଯାହେଉ ତଦନ୍ତ ଚାଲିଛି ବାକିରହିଲା ଫଳାଫଳ ।

ସେପଟେ ବୁର୍ଲା ଏବଂ କଟକରେ ହାଇଦରକୁ କିଏ କିଏ ଭେଟିଛନ୍ତି ତାହାର ଅନୁସନ୍ଧାନ ମେଡିକାଲ ସିସିଟିଭିରୁ କରାଯାଉଛି | ହାଇଦରର ସୁରକ୍ଷା ଦାୟିତ୍ବରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଓ ମେଡିକାଲର ନର୍ସଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇ ତଦନ୍ତ କରାଯାଉଛି । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସଂକେତ, ହାଇଦରକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରକୁ ଯେଉଁ ଆଙ୍ଗୁଠି ଉଠାଇଛନ୍ତି ତାହାର ମଧ୍ୟ ବିଧିବଦ୍ଧ ତର୍ଜମା ହେବା ନିହାତି ଜରୁରୀ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ପାଳନ ହେଉଛି ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ...

Sun Apr 11 , 2021
ବାସ୍ତବବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ ।ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଥିବାବେଳେ, ୧୪ ତାରିଖ ଯାଏ ଚାଲିବ କରୋନା ଟିକା ଉତ୍ସବ | ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଘୋଷଣା ଓ ରାଜ୍ୟରେ ଟୀକା ଅଭାବ କାହିଁନା କାହିଁ ତାଳ ମେଲର ଅଭାବ |ଖାଲି ଓଡିଶା ନୁହେଁ ସବୁ ରାଜ୍ୟର ଟୀକାର ସ୍ତିତି ବୁଝି ଏ ସିଧ୍ୟାନ୍ତରେ ପହଂଚିବାର ଥିଲା |ଓଡ଼ିଶାରେ […]

You May Like

Pin It on Pinterest