କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା…

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସଙ୍କ କହିବାନୁସାରେ,କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା ଅଛି।ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ।ତାତି କମିବା ସହ ପାଗ ଥଣ୍ଡାଳିଆ ରହିବ।ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର୍‌ ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେ ୧୦ ମିମି ବର୍ଷା ରେକଡ଼ କରାଯାଇଛି |

କନ୍ଧମାଳ, ବୌଦ୍ଧ,ଅନୁଗୁଳ,ଢ଼େଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ମାଲକାନଗିରି,କୋରାପୁଟ,ନୂଆପଡ଼ା,ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାରଥିବାରୁ,ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ।ଦକ୍ଷିଣ ଓଡ଼ିଶାରେ ପ୍ରାୟ ପ୍ରତିଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ବିଏମ୍‌ସିର ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂକୁ ଗୁରୁତ୍ୱ....

Mon Apr 12 , 2021
ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭୁବନେଶ୍ବରରୁ ପ୍ରତିଦିନ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ବାହାରୁଛନ୍ତି । ବିଏମ୍‌ସି ସୂଚନା ଅନୁସାରେ ମୁଖ୍ୟତଃ ଅନ୍ୟ ରାଜ୍ୟ ବା ସହରରୁ ରେଳ ଯୋଗେ ଭୁବନେଶ୍ୱର […]

You May Like

Pin It on Pinterest