କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଭିକେ ପାଣ୍ଡିଆନ

ବାସ୍ତବବ୍ୟୁରୋ:ଆଜି ସକାଳେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ ପାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଅଛନ୍ତି ।ହେଲିକପ୍ଟର ଯୋଗେ ସକାଳ ୭ଟା ୪୦ମିନିଟରେ ବାଲେଶ୍ବର ସହରର ପୋଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇ ଛନ୍ତି ।

Photo:social media

ପହଁଚିବା ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ପ୍ରଥମେ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ। ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହାସହ ବାଲେଶ୍ବର ସହର ଏବଂ ଏହାର ଆଖପାଖ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ସେସବୁର ସମୀକ୍ଷା କରିବେ ୫ଟି ସଚିବ।ଏହାସହ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହାପରେ ୯ଟା ୪୫ରେ ପୁଣି ଭୁବନେଶ୍ବର ଫେରିଯିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ...

Tue Apr 13 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୧୯୪୮ ମସିହା ଏପ୍ରିଲ ୧୩ ତାରିଖ,ମାନେ ଆଜିର ଦିନରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସ୍ୱୀକୃତି ପାଇଥିଲା |ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ,ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ । ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ […]

You May Like

Pin It on Pinterest