
ବାସ୍ତବବ୍ୟୁରୋ:’ହାଇଦରକୁ ଖସାଇବା ପାଇଁ ଡିସେମ୍ବରରୁ ଚାଲିଥିଲା ପ୍ଲାନ୍, ‘ଫେରାରର ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି’,ସୁପରିକଳ୍ପିତ ଭାବେ ଫେରାର କରାଯାଇଛି’ଗ୍ୟାଙ୍ଗଷ୍ଟାର ହାଇଦରକୁ | ‘ଏଠି ଏସଟିଏଫ କରୁଥିଲା କଣ ? ଏମିତି ଅନେକ କଟୁ ସତ୍ୟ ଓ ପ୍ରଶ୍ନ ପରେ ପ୍ରଶ୍ନ,ଏ ଆଉ କେହି ନୁହନ୍ତି ଓଡିଶା ରାଜନୀତିର ପିତାମହ,ବର୍ଷିୟନ ରାଜନୀତିଜ୍ଞ ବିଜୟ ମହାପାତ୍ରଙ୍କର |ଶ୍ରୀ ମହାପାତ୍ରଙ୍କ ପ୍ରଥମ ଯୁକ୍ତି ‘ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ’ ।ସତ ଲୁଚାଇବାକୁ ସାଧାରଣ ଜନତାଙ୍କୁ ଭୁଆଁ ବୁଲା ନଯାଉ |
ଡ଼ିଜି ଅଫିସରେ ଯେଉଁ ୫ରୁ ୬ ଅଫିସର ବସି ମିଟିଂ ପରେ ମିଟିଂ କରୁଛନ୍ତି,ସେମାନଙ୍କୁ ଦୋଷ ସ୍ୱୀକାର କରିବାକୁ ହେବ |ଏସଟିଏଫ ମୁଖ୍ୟ, କଟକ ଡ଼ିସିପି, ଏଡ଼ିଜି ଓ ଡ଼ିଜିପିଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର । ଫେରାର ଘଟଣାରେ ପୋଲିସ ଉପରେ ବର୍ଷିଲେ ବିଜୟ ମହାପାତ୍ର ।
ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି କି, କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିବା ଏସ୍ଟିଏଫ୍ର ଦାୟିତ୍ୱ । ପ୍ରଥମେ ଏସ୍ଟିଏଫ୍ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।ଲଜ୍ଜାଜନକ ବିବୃତି ନଦେଇ ଦାୟିତ୍ୱ ତୁଲାନ୍ତୁ , ‘ହାଇଦରକୁ ଖସାଇବା ପାଇଁ ଡିସେମ୍ବରରୁ ଚାଲିଥିଲା ପ୍ଲାନ୍’ । ‘ହାଇଦରକୁ ଖସାଇବାରେ ବଡ଼ ବଡ଼ ଅଫିସରଙ୍କ ସମ୍ପୃକ୍ତି’ ରହିଛି । ‘କେବଳ ତାମିଲ ଅଫିସରଙ୍କୁ ଖୁସି କରିବାକୁ ଏଠି କାମ ଚାଲିଛି’ । ‘ଫେରାରର ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି’ ।
‘ସର୍ଚ୍ଚ ଅପରେସନ ନାଁରେ ବଡ଼ ବଡ଼ କଥା କୁହାଯାଉଛି’ । ‘କିନ୍ତୁ ଏପର୍ଯ୍ୟନ୍ତ ଫଳାଫଳ କ’ଣ ଆସିଛି’ । ‘ସାଧାରଣ ରୋଗୀକୁ ବେଡ଼ ମିଳୁନି’ । ‘କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ କେମିତି କ୍ୟାବିନ ମିଳିଲା?’ । ‘ଏସସିବିରେ କ୍ୟାବିନ କିଏ ଆରେଞ୍ଜ କରିଥିଲା?’ ବୁର୍ଲା ମେଡିକାଲ ରେଫର୍ ନ କରି ଜେଲ କର୍ତ୍ତୃପକ୍ଷ କେମିତି ତା’କୁ କଟକ ପଠାଇଲେ ? ସମ୍ପୂର୍ଣ୍ଣ ଘଟଣା ରହସ୍ୟମୟ ଲାଗୁଛି ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।



