ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ତିନି ମାସ କୋହଳ ହେଲା ଟ୍ରାଫିକ୍ ଜୋରିମାନା

ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର । ଆଉ ଆଜି ଗାଡି ଚାଳକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଆସିଛି ।

ନୂଆ ଟ୍ରାଫିକ୍ ନିୟମକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଆସନ୍ତା ୩ ମାସ ମଧ୍ୟରେ ଗାଡି ଚାଳକମାନେ ନିଜ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହା ସହ ବେପରୁଆ ଭାବେ ଗାଡିଚାଳନା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କା ଫାଇନ୍ ପଡିବା ପରେ ଜନଆକ୍ରୋଶ ଜୋର ଧରିଥିଲା । ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜଧାନୀର ରାଜମହଲ ଛକରେ । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଶେଷରେ ନିୟମ କୋହଳ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ଆଉ ଆଜି ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ରାଜ୍ୟ ସରକାର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣଙ୍କ ସଂପର୍କିୟମାନଙ୍କୁ ଏ ପଥର ଲାଗିପରେ

Mon Sep 9 , 2019
ଟ୍ରେନକୁ ପଥର ଫୋପାଡିବା ରୋକିବାକୁ ପୂର୍ବତଟ ରେଳପଥ ର ପ୍ରୟାସ I ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ ଅତୀତ ରେ ଘଟିଛି ଯାହାକି ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ଏହାର ପରିସୀମା […]

You May Like

Pin It on Pinterest