ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ। ଏଥିସହ ଓଡ଼ିଆ ନବବର୍ଷ।
ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୩୫୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୨୨୪୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୧୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୩ ଜଣଙ୍କର କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧି ପାଇଛି ।
ମାଲକାନଗିରି ସୀମାନ୍ତ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରିଠାରୁ ଛତିଶଗଡ, ସୁକୁମା ଓ ଦୋର୍ନାପାଲକୁ ସଂଯୋଗ କରୁଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଆସନ୍ତା ମେ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା ଯାହା ଜୁନ୍ ୧୨ରେ ସମାପ୍ତ ହେବ । ସମସ୍ତ ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭ୍ ରହିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ ତେବେ ସେହି କେନ୍ଦ୍ରରେ ପରୀକ୍ଷା ବାତିଲ୍ କରାଯିବ । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ ଖୋଲିବ ।
ସମାଜବାଦି ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କରୋନା ପଜିଟିଭ୍ । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ଆଜିଠାରୁ ୧୪୪ ଧାରା ଲାଗୁ ହେବ। ମେ ୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ କୋଭିଡର ନୂଆ କଟକଣା ଜାରି କରାଯାଇଛି । କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ବାକି ସାଧାରଣ ଯାତାୟତ , ଦୋକାନ, ବଜାର , ସରକାରୀ ଓ ବେସରକାରୀ ସଂସ୍ଥା , ଥିଏଟର, ସିନେମା ସୁଟିଂ, ଜିମ୍ ବନ୍ଦ ରହିବ। ହୋଟେଲେ ରେଷ୍ଟୁରାଣ୍ଟ ବନ୍ଦ ରହିବ, କିନ୍ତୁ ସକାଳ ୭ଟାରୁ ସଂଧ୍ୟା ୮ଟା ମଧ୍ୟରେ କେବଳ ଟେକ୍ ଆୱେ ସୁଯୋଗ ଦିଆଯିବ। ଜରୁରୀ କାମ ନଥିଲେ କେହି ବାହାରକୁ ଆସିପାରିବେ ନାହିଁ।
ୟୁପିରେ କରୋନା ସଂକ୍ରମଣର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ,୨୪ ଘଣ୍ଟା ମଧ୍ୟରେ ୮୫ ରୋଗୀଙ୍କର ମୃତ୍ୟୁ ହୋଇଥିଲାବେଳେ ,୧୮ ହଜାର ୨୧ ଟି ନୂଆ ରୋଗ |କେବଳ ଗୋଟିଏ ସପ୍ତାହରେ ୨୦୪ ପ୍ରତିଶତ ବୃଦ୍ଧି,ଲଖନଉ ରେ ସ୍ତିଥି ଗମ୍ଭୀର ,CM ଯୋଗୀ ମଧ୍ୟ ଆଇସୋଲେସନରେ |



