ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ,ଓଡିଶାବାସୀଙ୍କୁ ଶୁଭେଚ୍ଛା

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ବା ପଣାସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା।ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରୁଛି।

ଏହା ବ୍ୟତିରେ ପ୍ରଧାନମନ୍ତ୍ରୀ ତାମିଲ ଭଉଣୀ ଓ ଭାଇମାନଙ୍କୁ ପୁଥାଣ୍ଡୁ,ଆସାମବାସୀଙ୍କୁ ବୋହାଗ ବିହୁ ଏବଂ ବିଷୁ ଉତ୍ସବ ନିମନ୍ତେ କେରଳବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଅତତ ବ୍ୟତିରେ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଡକ୍ଟର୍‌ ବାବାସାହେବ ଅମ୍ବେଡ଼କରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Wed Apr 14 , 2021
 ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ। ଏଥିସହ ଓଡ଼ିଆ ନବବର୍ଷ।  ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୩୫୩ରେ ପହଞ୍ଚିଛି […]

You May Like

Pin It on Pinterest