ପାଣିପାଗ ବିଭାଗ କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କରିଛନ୍ତି…

Photo: social media

ବାସ୍ତବବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗ କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କରିଛନ୍ତି । ଏହି ୬ ଟି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ରାୟଗଡା ଓ କୋରାପୁଟ | ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ଆଶଙ୍କା କରାଯାଇଛି।

ଏହି ସମୟରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ଅଛି |ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, କଟକ ଜିଲ୍ଲାର ନରସିଂହପୁର, ବାଡମ୍ବା, ତିଗିରିଆ, ବାଙ୍କୀ, ଡମପଡା ଓ ନୟାଗଡ଼ ଜିଲ୍ଲାର ଗଣିଆ, ଖଣ୍ଡପଡ଼ା, ଭପୁର ଓ କୋରାପୁଟ ଜିଲ୍ଲାରେ ନାରାୟଣପାଟଣା, ବାନ୍ଧୁଗାଁ ଆଦି ଅଞ୍ଚଳରେ ଝଡ଼ତୋଫାନ ହେବାର ସମ୍ଭାବନା ଅଛି ।ଏହି ସମ୍ଭାବ୍ୟ କାଳ ବୈଶାଖୀ ପାଇଁ ପାଣିପାଗ ବିଭାଗ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ - ଧର୍ମେନ୍ଦ୍ର ପ୍ରଧାନ

Wed Apr 14 , 2021
ବାସ୍ତବବ୍ୟୁରୋ 🙁 ଭୁବନେଶ୍ୱର)ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଏଜି ଛକରେ ଥିବା, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୁର୍ତିଇରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅବସରରେ, ଗଣମାଧ୍ୟମ ପ୍ରତିନିଧି, କରୋନା ଟିକାର ଅଭାବ ନେଇ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ଚାହିଁଥିଲେ ।ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି “ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ […]

You May Like

Pin It on Pinterest