“ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ – ଧର୍ମେନ୍ଦ୍ର ପ୍ରଧାନ

ବାସ୍ତବବ୍ୟୁରୋ 🙁 ଭୁବନେଶ୍ୱର)ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଏଜି ଛକରେ ଥିବା, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୁର୍ତିଇରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅବସରରେ, ଗଣମାଧ୍ୟମ ପ୍ରତିନିଧି, କରୋନା ଟିକାର ଅଭାବ ନେଇ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ଚାହିଁଥିଲେ ।ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି “ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ସାରା ଭାରତରେ ୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି” ।ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଟିକାର ଅଭାବ କଥା ଭାବୁନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଟିକା ଅଭାବ ନେଇ ଅଭିଯୋଗ କରୁଥିବା କହିଛନ୍ତି । କରୋନାର ପ୍ରଥମ ଲହର ବେଳେ ଟିକା ନଥିଲା । ଏବେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ବାଢିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ...

Wed Apr 14 , 2021
ବାସ୍ତବବ୍ୟୁରୋ : ପିପିଲି ଉପ ନିର୍ବାଚନର ,କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ।ଆଉ ଦୁଇ ଦିନ ପରେ ହୋଇଥାନ୍ତା ନିର୍ବାଚନ ହେଲେ କରୋନାରେ ଦେହାନ୍ତ ଘଟିଥିବା କୁହାଯାଏ । ଭୁବନେଶ୍ଵର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ |ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହେବାପରେ କରନା ପରୀକ୍ଷା ରେ, ୧୦ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଥିଲା | ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ବୁଧବାର) […]

You May Like

Pin It on Pinterest