ବାସ୍ତବବ୍ୟୁରୋ :ଗୁରୁବାର ଭୋର ୪ଟା ସମୟରେ ଥରିଲା ରାୟଗଡା,ଅନୁଭୂତ ହେଲା ମୃଦୁ ଭୂକମ୍ପ ।ମିଳିଥିବା ସୂଚନାନୁଯାୟୀ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲେ ମଧ୍ୟ, ଏବେ ଯାଏଁ ଭୁକମ୍ପ ତ୍ରିବତା ରିକ୍ଟର ସ୍କେଲ୍ର କେତେ ଥିଲା , ତାହା ଜଣାପଡିନାହିଁ ।

ସୂଚନାନୁଯାୟୀ ,ଆଜି ଭୋର ୪ଟା ରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ, ଭୂକମ୍ପର ଝଟ୍କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତିର ଖବର ଆମର ହସ୍ତଗତ ହୋଇନାହିଁ |



