ସୁନ୍ଦରଗଡ଼ ର ବଡଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍

ବାସ୍ତବବ୍ୟୁରୋ :ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା, ସଂକ୍ରମଣର ତରଙ୍ଗ କାୟା ବିସ୍ଥାରୁଛି । ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଲକ୍‌ଡାଉନ୍‌ ସପକ୍ଷରେ କେହି ନଥିଲେବି ପରିବେଶ ଓ ପରିସ୍ତିତିକୁନେଇ ସୁନ୍ଦରଗଡ଼ ର ବଡଗାଁ ପଞ୍ଚାୟତକୁ ସରପଞ୍ଚ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

, ସୁନ୍ଦରଗଡ଼ ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି, ସ୍ଥାନୀୟ ସରପଞ୍ଚକଡ଼ା ପଦକ୍ଷେପ ନେଇଛନ୍ତି । ବଡ଼ଗାଁ ପଂଚାୟତକୁ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ପଞ୍ଚାୟତର ସମସ୍ତ ଦୋକାନ ବଜାର ୧୫ ତାରିଖରୁ ୧୭ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି ସରପଞ୍ଚ । ଏଥିସହ ରବିବାର ସାପ୍ତାହିକ ହାଟ ଓ ଗୁରୁବାର ବସୁଥିବା ହଟଲି ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାୟଗଡା,ଅନୁଭୂତ ହେଲା ମୃଦୁ ଭୂକମ୍ପ ....

Thu Apr 15 , 2021
ବାସ୍ତବବ୍ୟୁରୋ :ଗୁରୁବାର ଭୋର ୪ଟା ସମୟରେ ଥରିଲା ରାୟଗଡା,ଅନୁଭୂତ ହେଲା ମୃଦୁ ଭୂକମ୍ପ ।ମିଳିଥିବା ସୂଚନାନୁଯାୟୀ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲେ ମଧ୍ୟ, ଏବେ ଯାଏଁ ଭୁକମ୍ପ ତ୍ରିବତା ରିକ୍ଟର ସ୍କେଲ୍‌ର କେତେ ଥିଲା , ତାହା ଜଣାପଡିନାହିଁ । ସୂଚନାନୁଯାୟୀ ,ଆଜି ଭୋର ୪ଟା ରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଲୋକେ ନିଜ ଘରୁ […]

You May Like

Pin It on Pinterest