ହାଇଦର ଫେରାରର ୪ ଦିନ ପରେବି,ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି କାହିଁକି ? -ପ୍ରକାଶ ମିଶ୍ର

ବାସ୍ତବବ୍ୟୁରୋ :ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଗୋଟିଏ ଦିନ ପରେ,ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ, ଗଣମାଧ୍ୟମ ଜରିଆରେ ଓଡ଼ିଶାବାସୀଙ୍କୁ ପ୍ରଶ୍ନ କରିଛନ୍ତି |କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ? ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓଡ଼ିଶା ପୁଲିସର ଅପରାଧୀକୁ ଧରିବାରେ ବିଫଳ ।ଗାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ବଡ଼ ବଡ଼ ଅଧିକାରୀମାନଙ୍କର ସଂପୃକ୍ତି ଥିବା ବେଳେ କେବଳ ୬ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

photo:social media

ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ମେଡିକାଲରୁ ଫେରାର୍ ହେବାର ୨/୩ ଘଣ୍ଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇ ନ ଥିଲା କାହିଁକି ? ଏହା ଜାଣିଶୁଣି ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା ହାଇଦର। ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ ଦେଖାଇ କଟକ ଅଣାଯାଉଥିଲା। ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ତାହା ସ୍ପଷ୍ଟ ହେବା ଦରକାର।

କଟକ ବଡ଼ ମେଡିକାଲରେ ରୋଗୀଙ୍କୁ କ୍ୟାବିନ ମିଳିବା କାଠିକର ପାଠ। କିନ୍ତୁ ହାଇଦରକୁ ଏତେ ସହଜରେ କ୍ୟାବିନ କିପରି ମିଳିଲା? କିଡ୍‌ନି ଜନିତ ସମସ୍ୟା ଥିବା ଯୋଗୁଁ ହାଇଦରକୁ କଟକ ମେଡିକାଲ ଅଣାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। କିଡନି ରୋଗ ଥିଲେ ଖାଦ୍ୟପେୟ ଉପରେ ଅନେକ କଟକଣା ରହିଥାଏ। କିନ୍ତୁ ହାଇଦରକୁ କାହା ନିର୍ଦ୍ଦେଶରେ ବିରିୟାନି ଦିଆଯାଉଥିଲା?

ଏହି ଷଡ଼ଯନ୍ତ୍ରରେ ଜେଲ୍ କର୍ତ୍ତୃପକ୍ଷ, ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସର ହାତ ରହିଛି। ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି। ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏତେ ବଡ଼ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ସମୀକ୍ଷା ନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରିହେବ

Thu Apr 15 , 2021
ବାସ୍ତବବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିକି ,ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରିହେବ । ସେ କହିଛନ୍ତି ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି | ନିର୍ବାଚନ କମିଶନ ପିପିଲି ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ନିର୍ବାଚନ ତାରିଖ ସ୍ଥିର କରିବେ ନିର୍ବାଚନ ଆୟୋଗ ।ବିଜ୍ଞପ୍ତି […]

You May Like

Pin It on Pinterest