ଆଜି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି…

Photo:social media

ବାସ୍ତବବ୍ୟୁରୋ 🙁 କଟକ) ସୁନେଲି ପରଦାର ସୁପରହିଟ ଯୋଡି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ଏବେ ଅଦାଲତରେ ସୁପରହିଟ |ଆଜି ଦିଲ୍ଲୀ ପଟିଆଲା ତା କାଲି ସୁପ୍ରିମକୋଟ,ଶେଷରେ “ଆରେ ଢମଣା ବୁଲିବାଲିକରି ସେଇ ଅଗଣା” ପାରିବାରିକ ବିବାଦ ପାଖ ଛାଡ଼ୁନି ସାଂସଦ ଅଭିନେତା ଅନୁଭବଙ୍କର ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କଟକ ଏସଡିଜିଏମ୍ କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ନିଜ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିବା ପାରିବାରିକ ହିଂସାର ଅଭିଯୋଗ ଶୁଣାଳି ନତୀଜାରେ ପହଂଚିବା ପୂର୍ବରୁ, ଘରୋଇ ହିଂସାର ତାଲିକା ବଢ଼ାଇ ଚାଲିଛନ୍ତି ବର୍ଷା | ଦିନକୁ ଦିନ ରାଜ୍ୟରେ ଦୁହିଁଙ୍କ ବିବାଦ ଚର୍ଚ୍ଚିତ ହେବାରେ ଲାଗିଛି |

ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜିଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗ କରିଥିଲେ ଏହାପରେ ପୁଣି ଆଉ ଏକ ହିଂସା ବା ବାରମ୍ବାର ହିଂସା ର ଅଭିଯୋଗ କରିଥିଲେ ଏବଂ ଏହି ଦୁଇଟି ଯାକ ପିଟିସନ୍ କୁ ଏକାଠି କରି ମାମଲାର ଶୁଣାଣୀ କରିବାକୁ ଆବେଦନ କରିଥିଲେ ଓ ଏସଡିଏମ୍ କୋର୍ଟ ଏହାକୁ ଗ୍ରହଣ ମଧ୍ୟ କରିଥିଲେ ।ହେଲେ ଏସଡିଏମ୍ କୋର୍ଟଙ୍କ ଏହି ନିଷ୍ପତିକୁ ଗ୍ରହଣ କରିପାରିନଥିଲେ ଅନୁଭବ |କୋର୍ଟଙ୍କ ଏହି ନିର୍ଦେଶକୁ ଚ୍ୟାଲେଞ୍ଜ କରି ସେ ଆଜି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ...

Thu Apr 15 , 2021
ବାସ୍ତବବ୍ୟୁରୋ :(ଭୁବନେଶ୍ବର) ରାଜ୍ୟର କରୋନା ସ୍ତୁତିକୁ ନଜରରେ ରଖି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।ଏହା ସହ ଆସନ୍ତା ୧୯ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ହେବା ନେଇ ନିର୍ଦେଶନାମା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁଯାଇ,ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ […]

You May Like

Pin It on Pinterest