ଆପଣଙ୍କ ସଂପର୍କିୟମାନଙ୍କୁ ଏ ପଥର ଲାଗିପରେ

ଟ୍ରେନକୁ ପଥର ଫୋପାଡିବା ରୋକିବାକୁ ପୂର୍ବତଟ ରେଳପଥ ର ପ୍ରୟାସ I

ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ ଅତୀତ ରେ ଘଟିଛି ଯାହାକି ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଛି I

ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ଏହାର ପରିସୀମା ମଧ୍ୟରେ କେତେକ ସ୍ଥାନ କୁ ଚିହ୍ନିତ କରିଛି ଯେଉଁଠାରେ ଏହି ପଥର ଫିଙ୍ଗ ଘଟଣା ଘଟୁଛି କିମ୍ବା ଘଟି ଚାଲିଛି I ବେଳେବେଳେ ଟ୍ରେନ ର ଯାତ୍ରୀମାନେ ମଧ୍ୟ ଯେଉଁ ମାନେ କି ପଥର ଫିଙ୍ଗ ର ଶିକାର ହେଉଛନ୍ତି ସେମାନେ ଏହି ଘଟଣା ସମ୍ବନ୍ଧରେ ରେଳବାଇରେ ଅଭିଯୋଗ ଆଣୁଛନ୍ତି I

ଏଥିପାଇଁ ରେଳବାଇ ପକ୍ଷରୁ ଚିହ୍ନିତ ସ୍ଥାନ ମାନଙ୍କରେ ସୁରକ୍ଷା ବଳ କର୍ମଚାରୀମାନଙ୍କ ଦ୍ୱାରା ରେଳଧାରଣା ନିକଟରେ ପ୍ରହରା ଦେଉଥିବାବେଳେ ସାଧା ପୋଷାକରେ ମଧ୍ୟ ପଥର ଫିଙ୍ଗା ଘଟଣା ସମ୍ବନ୍ଧରେ ନିରୀକ୍ଷଣ କରୁଛନ୍ତି I ଏହା ବ୍ୟତୀତ, ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କର ପିତାମାତା ମାନଙ୍କୁ ଏହି ବିଷୟରେ ଅବଗତ କରାଯାଇ ସେମାନଙ୍କ ପିଲାମାନଙ୍କୁ ରେଳଧାରଣା ନିକଟକୁ ନଛାଡ଼ିବାକୁ କୁହାଯାଇଅଛି I

ସାଧାରଣ ଜନତା ବିଶେଷ କରି ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପିଲାମାନଙ୍କ ଦ୍ୱାରା ଚଳନ୍ତା ଟ୍ରେନ ଉପରେ ପଥର ଫିଙ୍ଗା ଘଟଣା ବିଷୟରେ ସଚେତନ କରାଇବାପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ମାସେ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି ଯେଉଁଥିରେ ପଥପ୍ରାନ୍ତ ନାଟକ ସହିତ ପୋଷ୍ଟର, ବ୍ୟାନର, ପାମ୍ପଲେଟ ଓ ବ୍ରୋସିୟର ମାଧ୍ୟମରେ ସଚେତନତା କରାଯାଉଅଛି I

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଙ୍କ ନେତୃତ୍ୱରେ ସୁରକ୍ଷା ବଳ ଦଳ ଚିହ୍ନିତ ସ୍ଥାନମାନଙ୍କରେ ଯୁବ ଗୋଷ୍ଠୀ ଓ ପିଲାମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ବୁଝାସୁଝା କରାଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ବୁଝାସୁଝା ମାଧ୍ୟମରେ ଏହି ପଥର ଫିଙ୍ଗାରୁ ନିବୃତ ରହିବାକୁ ସଚେତନ କରାଯାଉଅଛି ଯାହା ଫଳରେ ପିଲାମାନେ ସଚେତନ ହୋଇପାରିବେ I

ରେଳବାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ଯୁବ ଓ ଛୋଟ ପିଲାମାନଙ୍କୁ ଚକୋଲେଟ ସହିତ ଅନ୍ୟାନ ପ୍ରଲିଭାନ ଦେଖାଇ ବୁଝାସୁଝା କରାଯାଉଅଛି ଏବେ ବେଳେ ବେଳେ ସେମାନଙ୍କର ଏହି ପ୍ରବୃତି ଚଳନ୍ତା ଟ୍ରେନ ରେ ଯାତାୟାତ କରୁଥିବା ନିଜ ସମ୍ପର୍କୀୟ କିମ୍ବା ପରିବାର ବର୍ଗଙ୍କର ମଧ୍ୟ ହାନି କରିପାରେ ବୋଲି ସଚେତନତା କରାଯାଉଅଛି I

ଚଳନ୍ତା ଟ୍ରେନ ଉପରକୁ ପଥର ଫିଙ୍ଗା ଘଟଣାରେ ଯାତ୍ରୀ ମାନେ ଗୁରୁତର ଆହତ ହେଉଥିବା ଘଟଣା ନଜର କୁ ଆସିଛି I ଅନେକ ଗୁଡିଏ ଯାତ୍ରୀ ଏହି ବିଷୟରେ ଅଭିଯୋଗ ଆଣିଥିବା ବେଳେ ଟ୍ରେନ ର ଶୀତତାପ ନିୟନ୍ତ୍ରିତ ବଗି ର ଝରକା କାଚ ମଧ୍ୟ ପ୍ରଭାବିତ ହେଉଅଛି I କେବଳ ଜାତୀୟ ସମ୍ପତ୍ତି ନୁହେଁ ବରଂ ଯାତ୍ରୀ ମାନଙ୍କର ଜୀବନ ମଧ୍ୟ ସଂକଟରେ ପଡିପାରେ I ଆମ୍ଭେମାନେ ଏହି ବିପଦକୁ ଦୃଢତାର ସହ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ସମସ୍ୟା ର ସମାଧାନ କରିବା ଜାରି ରଖିବୁ I

ରେଳବାଇ ର ହସ୍ତଗତ ତଥ୍ୟ ଅନୁଯାଇ ୨୦୧୮ ମସିହାରେ ଭୁବନେଶ୍ୱର ଅଞ୍ଚଳରେ ୬ଟି, କଟକ ଅଞ୍ଚଳରେ ୨ଟି ଏବଂ ସମ୍ବଲପୁର ରେଳମଣ୍ଡଳ ରେ ଦୁଇଟି ଘଟଣା ସହିତ ଚଳନ୍ତା ଟ୍ରେନ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମୁଦାୟ ୧୮ଟି ଘଟଣା ଘଟିଛି ଯେଉଁଥିରେ ୪ଟି ଘଟଣା ଯାଜପୁର କେନ୍ଦୁଝର ରୋଡ଼ ଅଞ୍ଚଳରେ, ଭୁବନେଶ୍ୱର ଓ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟକ ୩ ଟି ଲେଖା ଘଟଣା ଏବଂ ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ, ଅନୁଗୁଳ ଓ କୋରାପୁଟ ଅଞ୍ଚଳରେ ପ୍ରତ୍ୟକ ଗୋଟିଏ କରି ଘଟଣା ଘଟିଛି I ୨୦୧୮ ରେ ଜଣଙ୍କୁ ଏବଂ ୨୦୧୯ ରେ ଜଣେ ନାବାଳକ (ଜୁଭେନାଇଲ) ସମେତ ଦୁଇଜଣଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି I

ଏହି ବିପଦପୂର୍ଣ୍ଣ ଘଟଣାକୁ ରୋକିବା ପାଇଁ ରେଳବାଇକୁ ସହାୟତା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ରେଳବାଇ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୮୨ କୁ ଡାଏଲ କରି ଏହି ସମ୍ବନ୍ଧରେ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Sep 10 , 2019
୧-ଭୁବନେଶ୍ୱର:ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର- କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ଅଟକାଇଲେ ଗାଡି। ୨-ଟ୍ରାଫିକ ଧରପଗଡ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କୋହଳ। ୩-ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍। ୪-ଦ୍ୱିତୀୟ ପର୍ଯ୍ୟାୟ ଅବଢ଼ା ଯୋଜନା ପାଇଁ ପୁରୀକୁ ପୁଣି ୧୦୦ କୋଟି : ମୁଖ୍ୟମନ୍ତ୍ରୀ ୫-କଡା ଟ୍ରାଫିକ ନିୟମର ପ୍ରଭାବ, ଗାଡି କାଢିଲେନି ଲୋକ- […]

You May Like

Pin It on Pinterest