
ବାସ୍ତବବ୍ୟୁରୋ :ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,କୋଭିଡ-୧୯ ଟୀକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି | ରାଜ୍ୟରେ ଟିକାର ଅଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ରାଜ୍ୟକୁ ଏବେ ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ତା’ ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା । ବର୍ତ୍ତମାନ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରମାନଙ୍କରେ କୌଣସି କୋଭିସିଲ୍ଡ ଟିକା ନ ଥିବା ବେଳେ ୧ ଲକ୍ଷ ୭୪ ହଜାର ୪ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍ କୋଭାସ୍କିନ ଟିକା ଅଛି |