ବାସ୍ତବବ୍ୟୁରୋ :ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଗିରଫ କରିଛି ଓଡ଼ିଶା ପୁଲିସ ।କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ପୋଲିସ ଗିରଫ କରିଛି ହାଇଦର କୁ ।
ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ହାଇଦର,ଏପ୍ରିଲ ୧୦ ତାରିଖରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନିଶା ଖୁଆଇ ,କଟକ ଏସସିବିରୁ ଗ୍ୟାଙ୍ଗଷ୍ଟର ଫେରାର ହୋଇଯାଇଥିଲା | ଚିକିତ୍ସା ପାଇଁ ସମ୍ବଲପୁର ଜେଲ୍ରୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଫେରାର ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ ।କୁଖ୍ୟାତ ଅପରାଧୀ ହାଇଦର ଫେରାର ହେବା ପରେ ପୋଲିସର ନିଦ ହଜିଯାଇଥିଲା । ବିଭିନ୍ନ ଜାଗାରେ ଛପା ମାରିଥିଲା ପୋଲିସ ,ରାଜ୍ୟ ଭିତର ଓ ରାଜ୍ୟ ବାହାରେ ମଧ୍ୟ |
ଶେଷରେ ହାଇଦର ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଲୁଚିଥିବା ଜାଣିବାକୁ ପାଇଥିଲା ପୋଲିସ । ତେଲେଙ୍ଗାନା ପୋଲିସ ସହାୟତାରେ ଓଡିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଧରିବାକୁ ସକ୍ଷମ ହୋଇଛି | ହାଇଦରକୁ ଖୁବ ଶୀଘ୍ର ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।