
ବାସ୍ତବବ୍ୟୁରୋ :(ଭୁବନେଶ୍ବର) ଗତବର୍ଷ ଆଜିର ଦିନରେ ୧୧୯୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲେବି ଜଣେ ବି ସଂକ୍ରମିତ ଚିହ୍ନଟ ହୋଇ ନଥିଲେ ହେଲେ ଆଜି, ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ପ୍ରତିଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୮୦୬ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୦୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣା ପଡିଛି ।
ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ । ସୁନ୍ଦରଗଡ଼ ୫୨୩ ଜଣ, କଟକରୁ ୧୬୩ ଜଣ,ନବରଙ୍ଗପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୫୩ ଜଣ, ବାଲେଶ୍ବରରୁ ୧୫୧ ଜଣ,ନୂଆପଡ଼ାରୁ ୧୪୦ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବରଗଡ଼ରୁ ୧୩୨ ଜଣ,ପୁରୀରୁ ୧୧୪ ଜଣ, କେନ୍ଦୁଝରରୁ ୧୦୫ ଜଣ,ଝାରସୁଗୁଡ଼ାରୁ ୮୯ ଜଣ, ଯାଜପୁରରୁ ୭୫ ଜଣ, ମୟୂରଭଞ୍ଜରୁ ୭୧ ଜଣ,ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୫୫ ଜଣ ଚିହ୍ନଟ ହୋଇଥିବାବେଳେ , ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୪ ଜଣ, ସୋନପୁରରୁ ୪୨ ଜଣ, ରାୟଗଡ଼ାରୁ ୩୮ ଜଣ,ଜଗତସିଂହପୁରରୁ ୨୯ ଜଣ, କୋରାପୁଟରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଦେବଗଡ଼ରୁ ୧୯ ଜଣ, ଗଜପତିରୁ ୧୮ ଜଣ, ଢ଼େଙ୍କାନାଳାରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ବୌଦ୍ଧରୁ ୯ ଜଣ,ମାଲକାନଗିରିରୁ ୩ ଜଣ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।



