ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ସଂକ୍ରମିତ,ସୁନ୍ଦରଗଡ଼ ସର୍ବାଧିକ ୫୨୩,ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲା ୪୯୭…

ବାସ୍ତବବ୍ୟୁରୋ :(ଭୁବନେଶ୍ବର) ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁଯାଇ,| ଆଜି ରାଜ୍ୟରେ ପୁଣି କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୨୩ ଓ ୧୩୨୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି |

ସର୍ବାଧିକ ୫୨୩ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୪୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗୀର ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮ଜଣ ଚିହ୍ନଟ ହୋଇଥିବାବେଳେ, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, କୋରାପୁଟରେ ୧୮, ମାଲକାନଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁର ୪,ଓ ଷ୍ଟେଟ୍ ପୁଲରୁ ୧୧୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।ଏବେ ସୁଧା
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୪,୫୯୪ ଥିବା ବେଳେ ସୁସ୍ଥ ହେଲେଣି ୩,୪୩,୫୨୨। ରାଜ୍ୟରେ ଏବେ ବିସକ୍ରିୟ ମାମଲା ୧୯୦୭୭ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଉରକେଲା ସହରରେ ଆଜିଠାରୁ ସପ୍ତାହାନ୍ତ ସଟ୍ ଡାଉନ...

Sat Apr 17 , 2021
ବାସ୍ତବବ୍ୟୁରୋ : ଆଜିଠାରୁ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ,ସହରକୁ ଆସୁଥିବା ଛତିଶଗଡ଼, ଝାରଖଣ୍ଡ ଓ ବିହାର ସମସ୍ତ ବସ ଚଳାଚଳ ବନ୍ଦ l ଆଜି ରାଜ୍ୟର ସର୍ବାଧିକ ୫୨୩ ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟହେବାପରେ l କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠୁ ସହରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି l ଜିଲ୍ଲା ପୁଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଅମାନିଆ ଙ୍କୁ ଠିକ କରିବାକୁ ସ୍ଥିର […]

You May Like

Pin It on Pinterest