ରାଉରକେଲା ସହରରେ ଆଜିଠାରୁ ସପ୍ତାହାନ୍ତ ସଟ୍ ଡାଉନ…

ବାସ୍ତବବ୍ୟୁରୋ : ଆଜିଠାରୁ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ,ସହରକୁ ଆସୁଥିବା ଛତିଶଗଡ଼, ଝାରଖଣ୍ଡ ଓ ବିହାର ସମସ୍ତ ବସ ଚଳାଚଳ ବନ୍ଦ l ଆଜି ରାଜ୍ୟର ସର୍ବାଧିକ ୫୨୩ ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟହେବାପରେ l କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠୁ ସହରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି l ଜିଲ୍ଲା ପୁଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଅମାନିଆ ଙ୍କୁ ଠିକ କରିବାକୁ ସ୍ଥିର ହୋଇଛି l

ଆଜି ସକାଳୁ ରାଉରକେଲା ଏସପି ମୁକେଶ କୁମାର ଭାମୁ, ପୁଲିସର ବରିଷ୍ଠ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀଙ୍କୁ ଉଦିତନଗର ପରେଡ ପଡ଼ିଆକୁ ଡକାଇଥିଲେ l ଯାଞ୍ଚକୁ କଡାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି l ସହରର ପ୍ରମୁଖ ୩୦ଟି ସ୍ଥାନ ଚିହ୍ନଟ କରାଯାଇ,ଏହି ସବୁ ସ୍ଥାନରେ ବରିଷ୍ଟ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି l ୩୦ଟି ପିସିଆର ଭ୍ୟାନ ଜରିଆରେ ପାଟ୍ରୋଲିଂ ଆରମ୍ଭ ହୋଇଛି l ସହର ପ୍ରବେଶ ପଥ ପାନପୋଷ, ବିର୍ସା ମୁଣ୍ଡା ଛକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଯାଞ୍ଚକୁ କଡାକଡ଼ି କରାଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Apr 17 , 2021
ଓଡିଶାରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । […]

You May Like

Pin It on Pinterest