ଆଜିର ଖାସ୍ ଖବର

ଓଡିଶାରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୪୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୩୫୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ହାଇଦର କୁ କରୋନା । ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଗତକାଲି କୋର୍ଟ ଚାଲାଣ ପୂର୍ବରୁ ହାଇଦର କରାଯାଇଥିଲା କରୋନା ଟେଷ୍ଟ । ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିଲା । 

ରାଜ୍ୟରେ ବଢୁଥିବା କରୋନା ମାମଲାକୁ ମୁକାବିଲା କରିବା ପାଇଁ କୋଭିଡ୍ ହସ୍ପିଟାଲରେ ବୃଦ୍ଧି କରାଯାଉଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏମ୍‌ସରେ କୋଭିଡ୍ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଆଗରୁ ଏଠାରେ ୨୬ଟି ଶଯ୍ୟା ଥିବା ବେଳେ ଏବେ ତାହା ୫୬କୁ ବୃଦ୍ଧି ପାଇଛି । ଆବଶ୍ୟକସ୍ଥଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଆଜିଠୁ (ଶନିବାର) ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି । ଯାହାଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପୁଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି ଏବଂ ପିସିଆର ଭ୍ୟାନ ଜରିଆରେ ପାଟ୍ରୋଲିଂ ଆରମ୍ଭ ହୋଇଛି ।

ଆଜି(ଶନିବାର) ରାତି  ୯ଟାରୁ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁଦିନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏପ୍ରିଲ ମାସ ପାଇଁ ଏଭଳି କଟକଣା ଜାରି ହୋଇଛି । ଏହି ସମୟରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ଦୋକାନ ବଜାର ବି ବନ୍ଦ ରହିବ । କେହି ପଦାରେ ବୁଲାବୁଲି କରିପାରିବେ ନାହିଁ । ରାତି କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ ।

ନାଇଟ୍‌ କର୍ଫ୍ୟୁ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାଇଟ୍‌ କର୍ଫ୍ୟୁ ପାଇଁ ମୋଟ୍‌ ୧୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ତା’ଛଡା ରାଜଧାନୀରେ ମୋଟ୍‌ ୨୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ବ୍ଲକିଂକରି ଯାଞ୍ଚ କରିବ । 

ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ପଞ୍ଚମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି। 

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୪ କୋଟି ୪ ଲକ୍ଷ ୯୫ ହଜାର ୭୩୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୦ ଲକ୍ଷ ୧୧ ହଜାର ୩୯୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୧୧ କୋଟି ୯୩ ଲକ୍ଷ ୮୭ ହଜାର ୨୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧ ​​କୋଟି ୮୦ ଲକ୍ଷ ୯୭ ହଜାର ୪୮ ଜଣ ଲୋକ ସକ୍ରିୟ ଅଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଲୁ ଯାଦବଙ୍କ ଜେଲରୁ ବାହାରିବା ବାଟ ସଫା,ମିଳିଲା ଜାମିନ...

Sat Apr 17 , 2021
ବାସ୍ତବବ୍ୟୁରୋ : ଲାଲୁ ଯାଦବଙ୍କ ଜେଲରୁ ବାହାରିବା ବାଟ ସଫା ,ଜାମିନ ପାଇବାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ପରିବାର ଏବଂ ପାର୍ଟି କର୍ମଚାରୀଙ୍କ ସହ ଖୁସି ଅଛନ୍ତି। ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଅଧା ଦଣ୍ଡ ଭୋଗିବା ପରେ ଲାଲୁ ଯାଦବଙ୍କୁ ଜାମିନ ମିଳିଥିଲା। ତାଙ୍କ ପିତା ଜେଲରୁ ବାହାରିବା ଖବର ପାଇବା ମାତ୍ରେ ତାଙ୍କ ଝିଅ ରୋହିନୀ ଯାଦବ ଅନେକଙ୍କୁ ଟ୍ୱିଟ କରି ଖୁସି […]

You May Like

Pin It on Pinterest