ଚିକିତ୍ସା ପାଇଁ ଦିଲ୍ଲୀର ୩୦ରୁ ଅଧିକ ଡାକ୍ତରଖାନାରେ ମିଳିଲାନି ବେଡ଼ ଆଖି ବୁଜିଲେ ଓଡ଼ିଆ ଯୁବ ସଫ୍ଟୱେର ଇଞ୍ଜିନିୟର..

ବାସ୍ତବବ୍ୟୁରୋ:ଚିକିତ୍ସା ପାଇଁ ଦିଲ୍ଲୀରେ ୩୦ରୁ ଅଧିକ ଡାକ୍ତରଖାନା ବୁଲି ବୁଲି ମିଳିଲାନି ବେଡ଼ କରୋନା ନେଲା ଓଡ଼ିଆ ଯୁବ ସଫଟ୍‌ଵେର ଇଞ୍ଜିନିୟରଙ୍କ ଜୀବନ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ସନ୍ତରାଗଡ଼ିଆ ଶ୍ରୀଦେଇପୁର ଗ୍ରାମର ସୁବଳ ପରିଡ଼ାଙ୍କ ପୁଅ ସୁକୁମାର ପରିଡ଼ା (୩୬) | ସଫଟ୍‌ୱେର ଇଞ୍ଜିନିୟର ଭାବେ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ। ଜ୍ୱର ଲାଗି ରହିବାରୁ ଗତକାଲି ତାଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା।କରୋନା ସଂକ୍ରମିତ ଜଣା ପଡିବା ପରେ ଦିଲ୍ଲୀରେ ୩୦ରୁ ଅଧିକ ଡାକ୍ତରଖାନା ଚିକିତ୍ସା ପାଇଁ ବୁଲି ବୁଲି ହାରାଶ ହେଲେ ମିଳିଲାନି ବେଡ଼ ।

ଶନିବାର ରାତିରେ ଅଧିକ ଅସୁସ୍ଥ ହେବାରୁ ଗାଜିଆବାଦ ଅଞ୍ଚଳର ଏକ ଡାକ୍ତରଖାନାରେ ସମ୍ପର୍କୀୟମାନେ ଭର୍ତ୍ତି କରିଥିଲେ ହେଲେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।ସୁକୁମାରଙ୍କ ପତ୍ନୀ ଓ ଦେଢ଼ବର୍ଷର ପୁଅ ଅଛନ୍ତି।ଦେଶର ରାଜଧାନୀରେ ଯଦି ଏ ଅବସ୍ଥା ଅନ୍ୟ ଜାଗାରେ କଣ ନହେବ | ତେଣୁ କୋଭିଡ ନିୟମ ମାନି ରହିଲେହିଁ ବଂଚିବାର ଆଶାବି କମି କମି ଯାଉଛି,କରୋନା ଟୀକା ନେଲା ପରେବି କରୋନା ରେ ଲୋକେ ମରୁଛନ୍ତି,ତେଣୁ ସଚେତନତା ହିଁ କରୋନା ଠାରୁ ଦୁରେଇ ରହିବାର ଏକ ମାତ୍ର ବାଟ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଅସମ୍ଭାଳ କଲାଣି କରୋନା ଆଜି ୪୦୦୦ ଅତିକ୍ରମ କରିଛି ସଂକ୍ରମଣ...

Mon Apr 19 , 2021
ବାସ୍ତବବ୍ୟୁରୋ:ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ କଲାଣି କରୋନା ସଂକ୍ରମଣ। ଆଜି ରାଜ୍ୟରେ ୪୦୦୦ ଅତିକ୍ରମ କରିଛି ସଂକ୍ରମଣ |ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ସଂକ୍ରାମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, […]

You May Like

Pin It on Pinterest