
ବାସ୍ତବବ୍ୟୁରୋ:ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ କଲାଣି କରୋନା ସଂକ୍ରମଣ। ଆଜି ରାଜ୍ୟରେ ୪୦୦୦ ଅତିକ୍ରମ କରିଛି ସଂକ୍ରମଣ |ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଏହି ସଂକ୍ରାମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗୀରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତ୍ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟ୍ରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।