ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ,କରୋନା ସଂକ୍ରମଣ ଚେନ୍ ବ୍ରେକ୍ ଦେବାର ଲକ୍ଷ୍ୟରେ କଠୋର ହେଉଛନ୍ତି ରାଜ୍ୟ ସରକାର । ତେଣୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ଦିନକୁ ଦିନ ବେକାବୁ ହେଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ୍ ଚଳାଚଳ ବାଣ୍ଡ ନିଷ୍ପତି ନେଇଛନ୍ତି । ତେଣୁ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ଆଜିଠାରୁ ବନ୍ଦ ରହିବ ।
ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି,ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିବ । କୋଭିଡ କଟକଣା କଡ଼ାକଡ଼ି ପାଳନ କରାଯିବ,ବସ ରେ ଯେତିକି ସିଟ କେବଳ ସିଟିଂରେ ହିଁ ସେତିକି ଯାତ୍ରୀ ଯାଇପାରିବେ । ଅଟୋ, ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି । ସୂଚନା ଅନୁଯାଇ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ ।